ଓଡିଶା

odisha

ETV Bharat / city

ଟ୍ରେଡ଼ ଲାଇସେନ୍ସ ଫି ସହ ଗ୍ରାଉଣ୍ଡ ରେଣ୍ଟ ଛାଡ଼ କରିବାକୁ ଦୋକାନୀଙ୍କ ଦାବି - ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ବରରେ ଉଠା ଦୋକାନୀଙ୍କ ଠାରୁ ଟ୍ରେଡ଼ ଲାଇସେନ୍ସ ବାର୍ଷିକ ୫୦୦ ଓ ଗ୍ରାଉଣ୍ଡ ରେଣ୍ଟ ବାବଦରେ ବାର୍ଷିକ ୩ ହଜାର ଦେବାକୁ ପଡୁଛି । ଏଭଳି ସ୍ଥିତିରେ ଟ୍ରେଡ଼ ଲାଇସେନ୍ସ ଫି ଓ ଗ୍ରାଉଣ୍ଡ ରେଣ୍ଟ ଛାଡ଼ କରିବାକୁ ଉଠିଛି ଦାବି। ଅଧିକ ପଢ଼ନ୍ତୁ...

bhubaneswar vending zone business association,  ground rent be waived,  trade license fee be waived, ଟ୍ରେଡ଼ ଲାଇସେନ୍ସ ଫି, ଗ୍ରାଉଣ୍ଡ ରେଣ୍ଟ ଛାଡ଼, ଭେଣ୍ଡିଙ୍ଗ ଜୋନ ବ୍ୟବସାୟୀ
ଟ୍ରେଡ଼ ଲାଇସେନ୍ସ ଫି ସହ ଗ୍ରାଉଣ୍ଡ ରେଣ୍ଟ ଛାଡ଼ କରିବାକୁ ଦୋକାନୀଙ୍କ ଦାବି

By

Published : Jun 23, 2021, 6:17 AM IST

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ଜୀବନ ଜୀବିକା ପ୍ରଭାବିତ ହୋଇଛି, ସାଧାରଣ ଲୋକଙ୍କୁ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍‌ଡାଉନ କଟକଣା ଭଳି ଘଡିସନ୍ଧି ମୁହୂର୍ତ୍ତରେ ସ୍ମାର୍ଟସିଟିରେ ଭେଣ୍ଡିଂ ଜୋନ ବ୍ୟବସାୟୀ ମାନେ ଦୁଃଖ ଦୁର୍ଦ୍ଦଶାରେ ରହିଥିବା ନଜରକୁ ଆସିଛି।

ଟ୍ରେଡ଼ ଲାଇସେନ୍ସ ଫି ସହ ଗ୍ରାଉଣ୍ଡ ରେଣ୍ଟ ଛାଡ଼ କରିବାକୁ ଦୋକାନୀଙ୍କ ଦାବି

ଦୀର୍ଘଦିନ ଧରି ଦୋକାନ ବନ୍ଦ ରହିଥିବାରୁ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିଛି। ବ୍ୟାଙ୍କରୁ ନେଇଥିବା ଋଣ ପରିଶୋଧ କରିବା ସମ୍ଭବ ହେଉନାହିଁ, ତେବେ ଏଭଳି ଦୁର୍ଦ୍ଦିନରେ ଦୋକାନୀଙ୍କୁ ଦେବାକୁ ପଡୁଛି ଗ୍ରାଉଣ୍ଡ ରେଣ୍ଟ ଓ ଟ୍ରେଡ଼ ଲାଇସେନ୍ସ ଫି।

ଭୁବନେଶ୍ବରରେ ଉଠା ଦୋକାନୀଙ୍କ ଠାରୁ ଟ୍ରେଡ଼ ଲାଇସେନ୍ସ ବାର୍ଷିକ ୫୦୦ ଓ ଗ୍ରାଉଣ୍ଡ ରେଣ୍ଟ ବାବଦରେ ବାର୍ଷିକ ୩ ହଜାର ଦେବାକୁ ପଡୁଛି । ଏଭଳି ସ୍ଥିତିରେ ଟ୍ରେଡ଼ ଲାଇସେନ୍ସ ଫି ଓ ଗ୍ରାଉଣ୍ଡ ରେଣ୍ଟ ଛାଡ଼ କରିବାକୁ ଉଠିଛି ଦାବି। ଖାଲି ଫି ଛାଡ଼ ନୁହେଁ ବ୍ୟାଙ୍କ ଋଣ ମଧ୍ୟ ଛାଡ଼ କରିବାକୁ ଜୋର ଧରିଛି ଦାବି। ସେପଟେ ଏପର୍ଯ୍ୟନ୍ତ କୌଣସି ଦାବି ବିଏମସିର ହସ୍ତଗତ ହୋଇନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି। କିଛି ଦୋକାନୀ ଦୋକାନ ଖୋଲୁଛନ୍ତି, ତେବେ ଦାବି ନେଇ ସରକାରଙ୍କୁ ଅବଗତ କରାଯିବ, ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details