ଭୁବନେଶ୍ବର: ଦ୍ବାରିକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଶ୍ରୀଶ୍ରୀ ଜଗଦଗୁରୁ ସ୍ଵରୂପାନନ୍ଦ ସରସ୍ଵତୀଙ୍କୁ ଶ୍ରଦ୍ଧାଞ୍ଜଳି (Tribute to Jagadguru Swaroopanand Saraswati ) । ଆଜି ଜଗଦଗୁରୁ ସ୍ଵରୂପାନନ୍ଦ ସରସ୍ଵତୀଙ୍କର ଏକାଦଶାହ ହୋଇଥିବାବେଳେ, ଲିଙ୍ଗରାଜଙ୍କ ପାଖରେ ତାଙ୍କ ଆତ୍ମାର ସଦଗତି ପାଇଁ ସମୂହ ପ୍ରାର୍ଥନା କରାଯାଇଛି ।
ତାଙ୍କ ଆତ୍ମାର ସଦଗତି କାମନା କରି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ମନ୍ତ୍ରୀ, ମନ୍ଦିର ସେବାୟତ ଓ ଆଶ୍ରମର ସାଧୁ ଦୀପଦାନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଓ ତାଙ୍କର ସ୍ମୃତିଚାରଣ କରିଛନ୍ତି । ଜଗଦଗୁରୁ ସ୍ଵରୂପାନନ୍ଦ ସରସ୍ଵତୀ ଜଗତର କଲ୍ୟାଣ ଦିଗରେ ସର୍ବଦା ଈଶ୍ବର ଆରାଧନା କରୁଥିଲେ ।