ଓଡିଶା

odisha

ଖୋଲିବନି ମାର୍କେଟ ବିଲଡିଂ, ଶୁକ୍ରବାର BMC କାର୍ଯ୍ୟାଳୟ ଘେରିବ ବ୍ୟବସାୟୀ ସଙ୍ଘ

By

Published : Jan 7, 2022, 7:18 AM IST

ମାର୍କେଟ ବିଲ୍ଡିଂରେ ଦୋକାନୀଙ୍କ ବିବାଦ ଥମୁନି । ଶୁକ୍ରବାର BMC ଅଫିସ ଘେରିବ ବ୍ୟବସାୟୀ ସଙ୍ଘ । ଅଧିକ ପଢନ୍ତୁ

ଖୋଲିବନି ମାର୍କେଟ ବିଲଡିଂ, ଶୁକ୍ରବାର BMC କାର୍ଯ୍ୟାଳୟ ଘେରିବ ବ୍ୟବସାୟୀ ସଙ୍ଘ
ଖୋଲିବନି ମାର୍କେଟ ବିଲଡିଂ, ଶୁକ୍ରବାର BMC କାର୍ଯ୍ୟାଳୟ ଘେରିବ ବ୍ୟବସାୟୀ ସଙ୍ଘ

ଭୁବନେଶ୍ବର: ୟୁନିଟ 2 ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଙ୍ଘର ସାମ୍ବାଦିକ ସମ୍ମିଳନୀ । ଶୁକ୍ରବାର BMC ଅଫିସ ଘେରିବ ବ୍ୟବସାୟୀ ସଙ୍ଘ । ମ୍ୟୁନିସିପାଲିଟି ଉଠା ଦୋକାନୀଙ୍କ ଠୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ କରିଛି ସଙ୍ଘ ।

ଉଠା ଦୋକାନୀଙ୍କୁ ବସାଉଛି କିଏ । ବିଏମସି ସମାଧାନ ଚାହୁଁନି । ଆଲୋଚନା ପରେ ବି ଲିଖିତ ପ୍ରତିଶ୍ରୁତି ଦେଉନି । ଏପରିକି ପୋଲିସ ମଧ୍ୟ ଶୁଣୁନାହାନ୍ତି । ମାର୍କେଟରେ ବିଏମସି ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତି ରହୁନଥିବାରୁ ଏଭଳି ସ୍ଥିତି ଉପୁଜୁଛି । ତେଣୁ ଉଠାଦୋକାନୀ ସମ୍ପୂର୍ଣ ଉଚ୍ଛେଦ ନ ହେବା ଯାଏଁ ଖୋଲିବନି ମାର୍କେଟ ବିଲ୍ଡିଂ । ବୈଠକ ପରେ ବି ନିଷ୍କର୍ସ ବାହାରୁ ପାରୁନଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।


ଜିଦରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ବିବାଦ ନେଇ କାଲି ମଧ୍ୟାହ୍ନରେ ବସିଥିଲା ବୈଠକ । ପରେ ସନ୍ଧ୍ୟାରେ ବିଏମସି ପକ୍ଷରୁ ଡାକବାଜି ଯନ୍ତ୍ରରେ ଉଠାଦୋକାନୀ ଉଚ୍ଛେଦ ନେଇ ଘୋଷଣା କରାଯାଇଛି, ତଥାପି ଲିଖିତ ପ୍ରତିଶୃତି ପାଇଁ ଅଡିବସିଛନ୍ତି ବ୍ୟବସାୟୀ । ଉଠା ଦୋକାନୀ ମାର୍କେଟ ବିଲ୍ଡିଂରେ ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂର୍ ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details