ଓଡିଶା

odisha

ETV Bharat / city

ନୟାଗଡକୁ ଗଡିଲା ସେବା ଏକ୍ସପ୍ରେସ - Bhubaneswar to nayagarh

ଦେଶର ସମସ୍ତ ବଡବଡ ସହର ସହ ଛୋଟ ସହରକୁ ଯୋଡିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସେବା ଏକ୍ସପ୍ରେସ । ଆଜି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି ସେବା ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 15, 2019, 5:47 PM IST

ଭୁବନେଶ୍ବର: 15 ଅକ୍ଟୋବର 2019 । ଅର୍ଥାତ ଆଜି ଦିନଟି ନୟାଗଡବାସୀଙ୍କ ପାଇଁ ସ୍ବତନ୍ତ୍ର ହୋଇ ରହିବ । କାରଣ ଦୀର୍ଘଦିନର ସ୍ବପ୍ନ ଆଜି ପୂରଣ ହୋଇଛି । ରାଜଧାନୀ ଭୁବନେଶ୍ବରରୁ ନୟାଗଡକୁ ଆରମ୍ଭ ହୋଇଛି ସେବା ଏକ୍ସପ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ସେବା ଏକ୍ସପ୍ରେସ ପ୍ରତିଦିନ ଭୁବନେଶ୍ବରରୁ ସନ୍ଧ୍ୟା ୬ ଟା ୪୦ମିନିଟରେ ଛାଡି ନୟାଗଡ ଷ୍ଟେସନରେ ରାତି ୮ ଟା ୪୫ମିନିଟରେ ପହଞ୍ଚିବ । ପରଦିନ ସକାଳ ୬ ଟା ୩୦ ମିନିଟରେ ନୟାଗଡ ଛାଡି ଭୁବନେଶ୍ବରରେ ସକାଳ ୯ ଟାରେ ପହଞ୍ଚିବ । ଏହି ସେବା ଏକ୍ସପ୍ରେସ ଚାଲିବା ଦ୍ବାରା ଏହି ରୁଟରେ ହଜାର ହଜାର ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି ।


ଆଜି ନୂଆଦିଲ୍ଲୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେବା ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ସୁରେଶ ସି ଅଙ୍ଗାଡି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details