ଓଡିଶା

odisha

ETV Bharat / city

ଲୋକଙ୍କୁ ସାହାରା ଦେଉଥିବା ଚା' ଦୋକାନୀ ଶିବ ଏବେ ନିଜେ ବେସାହାରା - ଚା' ଦୋକାନୀ ଶିବ ଏବେ ନିଜେ ବେସାହାରା

ମନରେ ନିଜଠୁ ଅଧିକ ଅସହାୟଙ୍କ ଚିନ୍ତା । କ୍ଷଣକ ଭିତରେ ସରକାରୀ ବୁଲଡୋଜର ଯେମିତି ଉଜାଡି ଦେଇଛି ସବୁକିଛି । ଆଚାର୍ଯ୍ୟ ବିହାର ଆରଟିଓ ପାଖ ଦରଦୀ ଚା' ଦୋକାନୀ ଶିବ ଜେନା । ବେସାହାରାଙ୍କ ସାହାରା ଭାବେ ପରିଚିତ ଶିବଙ୍କ ଦୋକାନ ଭାଙ୍ଗିବା ପରେ ଚିନ୍ତାରେ ପରିବାର । ଅଧିକ ପଢନ୍ତୁ...

ଲୋକଙ୍କୁ ସାହାରା ଦେଉଥିବା ଚା' ଦୋକାନୀ ଶିବ ଏବେ ନିଜେ ବେସାହାରା

By

Published : Oct 4, 2019, 3:44 AM IST

ଭୁବନେଶ୍ବର: ମନରେ ଅସରନ୍ତି କୋହ ଆଉ ପରିବାର ଚିନ୍ତା । ଦୀର୍ଘଦିନ ହେବ ଚଳିଆସୁଥିବା ଭାତ ହାଣ୍ଡିକୁ କ୍ଷଣିକେ ଲାତ ମାରି ଚାଲିଗଲେ ସରକାରୀ ବାବୁ । ରୋଗୀଣା ଶାଶୁ, ଆଖି ଆଗରେ ଦୁଇ ଦୁଇଟି ପିଲାଙ୍କ ଭବିଷ୍ୟତ । ସେମାନେ କିପରି ପଢିବେ, ଆମେ କେମିତି ଚଳିବୁ ଏମିତି ବାର ପ୍ରକାର ଚିନ୍ତାରେ କାନ୍ଦୁଛନ୍ତି ମମତା । କାରଣ ଆରଟିଓ ପାଖରେ ଥିବା ତାଙ୍କ ସ୍ବାମୀଙ୍କ ଏକମାତ୍ର କୁଡ଼ିଆ ଚା ଦେକାନ ଉପରେ ଚଢିଯାଇଛି ସରକାରଙ୍କ ବୁଲଡୋଜର । ଯାହାଫଳରେ ଦଲାଲଙ୍କ ସହ ବଳିପଡି ଯାଇଛନ୍ତି ଆଚାର୍ଯ୍ୟ ବିହାରର ଏହି ଦରଦୀ ଚା' ଦୋକାନୀ ।

ଲୋକଙ୍କୁ ସାହାରା ଦେଉଥିବା ଚା' ଦୋକାନୀ ଶିବ ଏବେ ନିଜେ ବେସାହାରା

ରାଜଧାନୀର ଜଣାଶୁଣା ଚା ଦୋକାନୀ ଶିବ ଜେନା । ଚା’ ଦୋକାନୀ ଭାବେ ଯେତିକି ଫେମସ ତାଠୁ ଅଧିକା ଫେମସ୍ ନିଜର ସେବା ମନୋବୃତ୍ତି ପାଇଁ । ସେବା ଓ ପରୋପକାରର ଦରିଆ ଦିଲ୍ ମଣିଷଟା ନିଜ ପାଇଁ ନୁହେଁ ବରଂ ଅନ୍ୟ ପାଇଁ ସ୍ବପ୍ନ ଦେଖେ । ଆଉ ଏଥିପାଇଁ ରାଜ୍ୟଠୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ.. ସମସ୍ତଙ୍କଠୁ ପାଇଛନ୍ତି ପୁରସ୍କାର ଓ ସମ୍ନାନ । ତେବେ ଭାଙ୍ଗି ଯାଇଥିବା ଏହି ଛୋଟିଆ ଚା ଦେକାନରୁ ଯାହା ଆୟ ହୁଏ, ସେଥିରେ ନିଜର ପରିବାରକୁ ଚଳାଇବା ସହ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତି ଶିବ । ହେଲେ ଅନ୍ୟମାନଙ୍କୁ ସାହାରା ଦେଉଥିବା ଶିବ ଏବେ ହୋଇଯାଇଛନ୍ତି ବେସାହାରା ।

ଆଖିରେ ଲୁହ ଆଉ ହାତରେ ଗାମୁଛା ଖଣ୍ଡେ ଧରି ପୁରୁଣା ସ୍ମୃତିକୁ ସାଉଁଟୁଛନ୍ତି ଶିବ । ସତରେ ଶିବ ଭଳି ଜଣେ ଦରଦି ମଣିଷ । ଯିଏ ଅନ୍ୟ ଲୋକଙ୍କ ଦୁଃଖ ବୁଝୁଥିଲା ଏବେ ତାରି ମୁଣ୍ଡରେ ବୋଝର ପାହାଡ଼ ଛିଡି ପଡିଛି ।

ଭୁବନେଶ୍ବର ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details