ଭୁବନେଶ୍ବର:ବିଶ୍ବ ସ୍ତରୀୟ ହେବ ଭୁବନେଶ୍ବରର ରେଲଓ୍ବେ ଷ୍ଟେସନ । ଏନେଇ ପିପିପି ମୋଡରେ ହେବ ଷ୍ଟେସନର ବିକାଶ । ଫଳରେ ରାଜ୍ୟରେ ଥିବା ବିଭିନ୍ୱ ରେଳ ପ୍ରକଳ୍ପର ତ୍ବରାନ୍ବିତ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ଏନେଇ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ପାଇଁ ରାଜ୍ଯ ସରକାର ସଂପୂର୍ଣ୍ଣ ସହଯୋଗ କରୁଛନ୍ତି । ରେଳ ଜମିରେ ରେଳ ମନ୍ତ୍ରଣାଳୟ ବିକାଶ କରିବ ଓ ତା ପାଖ ଜମିରେ ବିଡିଏ କରିବ ବିକାଶ। ଆଜି ଦିନିକିଆ ଗସ୍ତରେ ଆସି ଏପରି ସୂଚନା ଦେଇଛନ୍ତି ରେଲଓ୍ବେ ବୋର୍ଡର ଅଧ୍ଯକ୍ଷ ଓ ମୁଖ୍ଯ ନିର୍ବାହୀ ଅଧୀକାରୀ ସୁନୀତ ଶର୍ମା ।
ବିଶ୍ବସ୍ତରୀୟ ହେବ ଭୁବନେଶ୍ୱର ଷ୍ଟେସନ, ଯୋଡି ହେବ ପ୍ଲାଟଫର୍ମ-ରେଳଧାରଣା - ରେଲଓ୍ବେ ବୋର୍ଡର ଅଧ୍ଯକ୍ଷ ଓ ମୁଖ୍ଯ ନିର୍ବାହୀ ଅଧୀକାରୀ
ଭୁବନେଶ୍ୱର ଷ୍ଟେସନରେ ଯୋଡି ହେବ ଆଉ ଏକ ପ୍ଲାଟଫର୍ମ ଓ ୨ ଟି ରେଳ ଟ୍ରାକ । ଏନେଇ ଆଜି ରେଲଓ୍ବେ ବୋର୍ଡର ଅଧ୍ଯକ୍ଷ ଓ ମୁଖ୍ଯ ନିର୍ବାହୀ ଅଧୀକାରୀ ସୁନୀତ ଶର୍ମା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ:
ସେହିପରି ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ ଟି ରେଳ ଟ୍ରାକ୍ କରାଯିବ। ଖୁବଶୀଘ୍ର ପାରାଦୀପ- ହରିଦାସପୁର ରେଳଲାଇନରେ ଯାତ୍ରୀବାହୀ ଟ୍ରେନ ମଧ୍ୟ ଚଳାଚଳ କରିବ। ଭୁବନେଶ୍ୱର ଷ୍ଟେସନ ସହିତ ନ୍ୟୁ ଭୂବନେଶ୍ୱର ଷ୍ଟେସନର ବିକାଶ ମଧ୍ୟ ହେବ । ଷ୍ଟେସନର ବିକାଶ ପାଇଁ କେତେ ଖର୍ଚ୍ଚ କରାଯିବ ତାର ବ୍ୟୟ ଅଟକଳ ଖୁବ୍ ଶୀଘ୍ର କରାଯିବ ବୋଲି କହିଛନ୍ତି ସୁନୀତ ଶର୍ମା । ଦିନିକିଆ ଗସ୍ତରେ ଆସି ପୁରା ଷ୍ଟେସନ ବୁଲି ଦେଖିବା ସହ ଯାତ୍ରୀମାନଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝିଥିଲେ ରେଲଓ୍ବେ ବୋର୍ଡର ଅଧ୍ଯକ୍ଷ ଓ ମୁଖ୍ଯ ନିର୍ବାହୀ ଅଧିକାରୀ ସୁନୀତ ଶର୍ମା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ