ଓଡିଶା

odisha

ETV Bharat / city

ଭୁବନେଶ୍ୱରରେ ସାମୟିକ ହଟିଛି କଟକଣା, ହେଲେ ସୁଧୁରିନି ଅବସ୍ଥା

ଦୀର୍ଘଦିନ ଲକ ଡାଉନ କଟକଣା ପରେ ସ୍ମାର୍ଟସିଟି ଭୁବନେଶ୍ୱରରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗମନାଗମନକୁ କ୍ରିୟାଶୀଳ କରିବା ପାଇଁ ଗତ କାଲି ଭୁବନେଶ୍ୱରରେ ବସ ଓ ଅଟୋ ସେବାକୁ ଗ୍ରୀନ ସିଗନାଲ ଦିଆଯାଇଛି । ଅଧିକ ପଢନ୍ତୁ...

By

Published : May 26, 2020, 2:04 PM IST

bhubaneswar-situation-normal-in-lockdown
bhubaneswar-situation-normal-in-lockdown

ଭୁବନେଶ୍ବର: ଠିକ ଦୁଇ ମାସ ପରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ଭୁବନେଶ୍ୱର । ଦୀର୍ଘଦିନ ଲକ ଡାଉନ କଟକଣା ପରେ ସ୍ମାର୍ଟସିଟି ଭୁବନେଶ୍ୱରରେ ସାମାନ୍ୟ ଅସ୍ବସ୍ତି ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗମନାଗମନକୁ କ୍ରିୟାଶୀଳ କରିବା ପାଇଁ ଗତ କାଲି ଭୁବନେଶ୍ୱରରେ ବସ ଓ ଅଟୋ ସେବାକୁ ଗ୍ରୀନ ସିଗ୍ନାଲ ଦିଆଯାଇଛି । ଏହାକୁ ସ୍ୱାଗତ କରିଛନ୍ତି ରାଜ୍ୟ ବାସୀ । କିନ୍ତୁ ଏହା ଭିତରେ କରୋନାକୁ ନଜରରେ ରଖି ସାମାଜିକ ଦୂରତା ଆଳରେ ଅଟୋରେ ଚାଳକକୁ ଛାଡି ସର୍ବାଧିକ ଦୁଇ ଜଣ ଯାତ୍ରୀ ବସି ପାରିବା ନିୟମକୁ ସହଜରେ ହଜମ କରିପାରୁନି ନିଖିଳ ଓଡିଶା ଅଟୋ ସଂଘ । ଏହି ନିଷ୍ପତ୍ତି କୁ ଅବାସ୍ତବ ବୋଲି ଦର୍ଶାଇଛି।

ଭୁବନେଶ୍ୱରରେ ସାମୟିକ ହଟିଛି କଟକଣା, ହେଲେ ସୁଧୁରିନି ଅବସ୍ଥା

କେବଳ ଅଟୋ ନୁହେଁ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । କିଛି ଖୁଚୁରା ବ୍ୟବସାୟିକ ଅନୁଷ୍ଠାନ ମଧ୍ୟ ଖୋଲିବାର ସ୍ୱୀକୃତି ସରକାର ଦେଉନାହାଁନ୍ତି । ଗୋଟିଏ ପଟେ ସାମାଜିକ ଦୂରତ୍ୱ, ଆଉ ଗୋଟେ ପଟେ ନିର୍ଦ୍ଧିଷ୍ଟ ସମୟସୀମା ପାଇଁ କର୍ଫ୍ୟୁ ଫଳରେ ସମସ୍ତେ କରୋନା ମାଡରେ ଘାଣ୍ଟି ଚକଟି ହେଉଛନ୍ତି । ଅଟୋ ମହାସଙ୍ଘର ଯୁକ୍ତି ଯଦି ସାମାଜିକ ଦୂରତା ନିୟମ କଡାକଡି ପାଳନ କରାଯିବାକୁ ଗୁରୁତ୍ୱ ଦେଇଛନ୍ତି ସରକାର ହେଲେ ବସରେ ସମସ୍ତ ସିଟରେ ଯାତ୍ରୀ ମାନେ କେମିତି ବସି ପାରିବେ । କିନ୍ତୁ ଅଟୋରେ କଣ ପାଇଁ ବସି ପାରିବେନି । ସାମାଜିକ ଦୂରତ୍ୱ ନିୟମ ସମସ୍ତଙ୍କ ପାଇଁ ସମାନ ହେବାର ଆବଶ୍ୟକତା ରହିଛି । ପ୍ରଚଳିତ ସମୟରେ ତୈଳ ଦର ଯେଉଁଭଳି ହୁ ହୁ ହୋଇ ବଢି ଚାଲିଛି, ଅଟୋରେ ଦୁଇ ଜଣ ଯାତ୍ରୀ ନେଇ ଅଟୋ ଚାଳନା କରିବା ବ୍ୟବସାୟୀକ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଯଥାର୍ଥ ନୁହେଁ । କେବଳ ଯେ ଅଟୋ ନୁହେଁ ଭୁବନେଶ୍ୱରରେ ବ୍ୟବସାୟ ମଧ୍ୟ ଜମୁନି, କାରଣ ସନ୍ଧ୍ୟାରେ କର୍ଫ୍ୟୁ ଲାଗୁଥିବାରୁ ବ୍ୟବସାୟ ଏକପ୍ରକାର ମାନ୍ଦା।

ଲକଡାଉନ କଟକଣା ନେଇ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ବିଭିନ୍ନ ବର୍ଗର ଲୋକଙ୍କୁ ସରକାର ପ୍ରୋତ୍ସାହନ ଦେଉଛନ୍ତି ହେଲେ ସବୁ ବର୍ଗ ପାଇଁ ସମାନ ନିୟମ ଜାରି ହେଲେ ଜନସାଧାରଣ ନିଜ ନିଜର ଉନ୍ନତି କରିପାରିବେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details