ଭୁବନେଶ୍ବର: ରବିବାର ଭୁବନେଶ୍ବର ସୈନିକ ସ୍କୁଲର ପୂର୍ବତନ ଛାତ୍ର କ୍ୟାପଟେନ ଆଶୁତୋଷ କୁମାର ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଛନ୍ତି । ଶହୀଦ ଆଶୁତୋଷଙ୍କୁ ଭୁବନେଶ୍ବର ସୈନିକ ସ୍କୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ସୈନିକ ସ୍କୁଲରେ ଶହୀଦ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି - ଶହୀଦ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ରବିବାର ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ଆଶୁତୋଷ କୁମାରଙ୍କୁ ଭୁବନେଶ୍ବର ସୈନିକ ସ୍କୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି । ଅଧିକ ପଢ଼ନ୍ତୁ...
ଶହୀଦ କ୍ୟାପଟେନ ଆଶୁତୋଷ କୁମାର 2014 ମସିହାରେ ଭୁବନେଶ୍ବର ସୈନିକ ସ୍କୁଲରୁ ପାଠ୍ୟକ୍ରମ ସାରି ଏନଡିଏରେ ଭର୍ତ୍ତି ହୋଇଥିଲେ। କ୍ୟାପେଟନ ଆଶୁତୋଷ ଜମ୍ମୁ କଶ୍ମୀରର କିଫାର ଜିଲ୍ଲାରେ କିଛି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ପ୍ରାଣ ହରାଇଛନ୍ତି। ତେବେ ଦେଶପାଇଁ ଶହୀଦ ହୋଇଥିବା କ୍ୟାପଟେନ ଆଶୁତୋଷଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଭୁବନେଶ୍ବର ସୈନିକ ସ୍କୁଲର କତ୍ତୃପକ୍ଷ । ସୈନିକ ସ୍କୁଲରେ ଥିବା ଅମର ଯବାନ ସ୍ମାରକୀ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସୈନିକ ସ୍କୁଲର ପ୍ରିନ୍ସିପାଲ ଓ ସ୍କୁଲର ଅନ୍ୟ ଅଧିକାରୀ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ