ଭୁବନେଶ୍ବର:ଚଳିତବର୍ଷ ୭୫ବର୍ଷ ସ୍ବାଧୀନତା ଦିବସ ( 75th Independence day )ପୂର୍ତ୍ତିର ସ୍ବାଦ ଚାଖିବ ଭାରତ । ଏଥିଲାଗି ଚାରିଆଡେ ସେଲିବ୍ରେସନ ମାହୋଲ । ଏହାରି ଭିତରେ 'ହର ଘର ତ୍ରିରଙ୍ଗା' ଅଭିଯାନ ଆରମ୍ଭ ହୋଇଥିବା ବେଳେ ସମସ୍ତଙ୍କ ମଧ୍ୟରେ ଜାତୀୟତା ଭାବ (Nationalism through Patriotic Music) ସୃଷ୍ଟି ପାଇ RPFର ନିଆରା ପ୍ରୟାସ କରିଛି । ଏହାର ଅଧିକାରୀମାନେ ବୁଲି ବୁଲି ଲୋକଙ୍କୁ ଶୁଣାଉଛନ୍ତି ଜାତୀୟ ସଙ୍ଗୀତର ଧୁନ୍।
ଦେଶପ୍ରେମ, ସ୍ବାଧୀନତା ସଂଗ୍ରାମୀଙ୍କର ବଳିଦାନ ମନେ ପକେଇବାକୁ ପ୍ରୟାସ କରିଛି ଆରପିଏଫ । ଦେଶପ୍ରେମ ଜାଗ୍ରତ ପାଇଁ ରାଜଧାନୀର ବିଭିନ୍ନ ଐତିହ୍ୟ ସ୍ଥଳୀ (Historic site)ରେ ଆରପିଏଫ ପୋଲିସ ବ୍ୟାଣ୍ଡ୍ର ସଙ୍ଗୀତ ପରିବେଷଣ ହୋଇଛି । ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ସାମ୍ନାରେ ଭକ୍ତଙ୍କ ଗହଣରେ ସମେତ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ବୁଲି ଆସିଥିବା ପର୍ଯଟକଙ୍କ ଗହଣରେ ହୋଇଛି ସଙ୍ଗୀତ ପରିବେଷଣ ।