ଓଡିଶା

odisha

ETV Bharat / city

ରାଜଧାନୀ ରାଜରାସ୍ତାରଜୁ ହଟିବେ ଗାଇଗୋରୁ, ନୂଆ ପଲିସି ଆଣୁଛି ପ୍ରଶାସନ

ଦିନ ହେଉ କି ରାତି । ସବୁ ସମୟରେ ରାସ୍ତାରେ ଶୋଇ ରହୁଛନ୍ତି ଶହଶହ ଗାଈ ଗୋରୁ । ନା ଅଛି ସେମାନଙ୍କର କେହି ମାଲିକ ନା ସେମାନଙ୍କ ପ୍ରତି ଅଛି ପ୍ରଶାସନର ନିଘା ।

By

Published : Oct 1, 2019, 5:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦିନ ହେଉ କି ରାତି । ସବୁ ସମୟରେ ରାସ୍ତାରେ ଶୋଇ ରହୁଛନ୍ତି ଶହଶହ ଗାଈ ଗୋରୁ । ନା ଅଛି ସେମାନଙ୍କର କେହି ମାଲିକ ନା ସେମାନଙ୍କ ପ୍ରତି ଅଛି ପ୍ରଶାସନର ନିଘା । ସବୁ ସମୟରେ ରାସ୍ତାରେ ଗାଈଗୋରୁ ଶୋଇ ରହୁଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦିନ କଥା ଛାଡନ୍ତୁ, ରାତି ହେଲେ ପରିସ୍ଥିତି ହୋଇଯାଉଛି ଅଧିକ ଅସମ୍ଭାଳ । ଏସବୁକୁ ଦେଖି ଲାଗେ ସତେ ଯେମିତି ରାଜଧାନୀର ରାସ୍ତା ପାଲଟିଛି ଗାଈ ଗୁହାଳ । ତେବେ ଏ ଦୃଶ୍ୟ ହେଉଛି ଜୟଦେବ ବିହାରଠାରୁ ନନ୍ଦନକାନନ ମୁଖ୍ୟ ରାସ୍ତାର । ଯେଉଁଠାରେ ଦିନରାତି ବୁଲୁଛନ୍ତି ପ୍ରାୟ 50ରୁ ଉର୍ଦ୍ଧ୍ବ ଗାଈ ।

ତେବେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ରାଜଧାନୀ ରାସ୍ତା ପାଇଁ ବିଏମସି ଡେପୁଟି କମିଶନରଙ୍କ ସହ ଯୋଗାଯୋଗ କରାଯାଇଛି । ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କମିଶନର ସୂଚନା ଦେଇଛନ୍ତି । ଏନେଇ ‘ଷ୍ଟ୍ରେ ଆନିମଲ୍ସ ପଲିସି’ ନାମକ ଏକ ଯୋଜନାର ପରିକଳ୍ପନା କରାଯାଇଛି । ଏହି ପଲିସି ଆଧାରରେ ରାସ୍ତାରେ ଶୋଇ ରହୁଥିବା ପଶୁମାନଙ୍କୁ ଥଇଥାନ କରାଯାଇପାରିବ ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ABOUT THE AUTHOR

...view details