ଓଡିଶା

odisha

ଭୁବନେଶ୍ୱରରେ ଆଜି 64 ଆକ୍ରାନ୍ତ ଚିହ୍ନଟ, 87 ସୁସ୍ଥ

By

Published : Nov 7, 2020, 8:18 PM IST

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା 29 ହଜାର 647 । ସୁସ୍ଥ ହୋଇଛନ୍ତି 28 ହଜାର 573 ଜଣ । ସକ୍ରିୟ ଅଛନ୍ତି 874 ଜଣ ଓ ମୃତ୍ୟୁ ସଂଖ୍ୟା 179ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଭୁବନେଶ୍ୱରରେ ଆଜି 64 ଆକ୍ରାନ୍ତ ଚିହ୍ନଟ,  87  ସୁସ୍ଥ
ଭୁବନେଶ୍ୱରରେ ଆଜି 64 ଆକ୍ରାନ୍ତ ଚିହ୍ନଟ, 87 ସୁସ୍ଥ


ଭୁବନେଶ୍ବର: ଶନିବାର ଭୁବନେଶ୍ବରରେ 64 ଜଣ କୋରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ସଂକ୍ରମଣ ସଂଖ୍ୟା 29 ହଜାର 647ରେ ପହଞ୍ଚିଛି । ଏପଟେ 87 ଜଣ ଆଜି ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଏକ ହଜାର ତଳକୁ ଖସିଲା କୋରୋନା ସକ୍ରିୟ ସଂଖ୍ୟା।


ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 17 ଚିହ୍ନଟ କରାଯାଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା 47ରେ ପହଁଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 179 ଛୁଇଁଛି । ହୋମ କ୍ଵାରେଣ୍ଟାଇନରେ 17 ଜଣଙ୍କ ମାଧ୍ୟମରେ 2 ଜଣ ବମିଖାଲ, 2 ଜଣ ସୁନ୍ଦରପଦା ଅଞ୍ଚଳର ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଜପତି ନଗର, ଜାଗମରା, ଝାରପଡ଼ା, ପାତ୍ରପଡା, ସହିଦ ନଗର ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ଥାନୀୟ ସଂକ୍ରମଣ 47 ଚିହ୍ନଟ ହୋଇଥିବାବେଳେ 2 ଚକେଇସିଆଣି, 2 କଳିଙ୍ଗନଗର, 2 ସୁନ୍ଦରପଦା, 3 ଡୁମଡୁମା, 2 ଜଣ ୟୁନିଟ 9, 4 ଜଣ ନୟାପଲ୍ଲୀ, 2 ଜଣ ଓଲଡ଼ଟାଉନ, 2 ଜଣ ନୀଳାଦ୍ରିବିହାର, 2 ହଂସପାଳ, 2 ଗଣ୍ଡମୁଣ୍ଡା, 2 ବଡଗଡ, 2 ବରମୁଣ୍ଡାରୁ ଚିହ୍ନଟ ହୋଇଛନ୍ତି ।

ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା 29 ହଜାର 647 । ସୁସ୍ଥ ହୋଇଛନ୍ତି 28 ହଜାର 573 ଜଣ । ସକ୍ରିୟ ଅଛନ୍ତି 874 ଜଣ ଓ ମୃତ୍ୟୁ ସଂଖ୍ୟା 179ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details