ଭୁବନେଶ୍ବର: ପ୍ରବଳ ବର୍ଷାରେ ବେହାଲ ସ୍ମାର୍ଟସିଟି । ଆଜି(ରବିବାର) ଭୁବନେଶ୍ବରରେ ପ୍ରବଳ ବର୍ଷା ଫଳରେ ସହର ଜଳାର୍ଣ୍ଣବ ହୋଇଛି । ଡମଣା ଶୈଳେଶ୍ରୀ ବିହାର ଛକରେ ଥିବା ସମସ୍ତ ଦୋକାନରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । 20ରୁ ଊର୍ଦ୍ଧ୍ବ ଦୋକାନରେ ପାଣି ପଶିବା ଯୋଗୁଁ ଅନେକ କ୍ଷତି ସହିଛନ୍ତି ବ୍ୟବସାୟୀ ।
ବର୍ଷାରେ ବେହାଲ ଭୁବନେଶ୍ୱର, ଦୋକାନରେ ପାଣି ପଶି ଆସବାବପତ୍ର ନଷ୍ଟ - ଭୁବନେଶ୍ବର ପାଣିପାଗ ସୂଚନା
ପ୍ରବଳ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ବର । ଡମଣା ଶୈଳେଶ୍ରୀ ବିହାର ଛକରେ ଥିବା ସମସ୍ତ ଦୋକାନରେ ପାଣି ପଶି ଆସବାବପତ୍ର ନଷ୍ଟ । ଅଧିକ ପଢନ୍ତୁ...

ବର୍ଷାରେ ବେହାଲ ଭୁବନେଶ୍ୱର, ଦୋକାନରେ ପାଣି ପଶି ଆସବାବପତ୍ର ନଷ୍ଟ
ବର୍ଷାରେ ବେହାଲ ଭୁବନେଶ୍ୱର, ଦୋକାନରେ ପାଣି ପଶି ଆସବାବପତ୍ର ନଷ୍ଟ
ଲକଡାଉନ ସଟଡାଉନ ଯୋଗୁଁ ଦୋକାନ ବନ୍ଦ ରହିଥିବାବେଳେ ଏଠାରେ ତିଆରି ହୋଇଥିବା ଡିଭାଇଡର ଯୋଗୁଁ ଏଭଳି କ୍ଷତି ସହିଛନ୍ତି ମାଲିକ । ଡିଭାଇଡର ଯୋଗୁଁ ବର୍ଷା ପାଣି ନିଷ୍କାସନ ହୋଇ ନପାରି ଦୋକାନରେ ପାଣି ଲହଡି ମାଡୁଛି । ଫଳରେ ଆସବାବପତ୍ର ନଷ୍ଟ ହୋଇଯାଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଗଭୀର ଉଦବେଗ୍ ପ୍ରକାଶ କରିଛନ୍ତି । ଏଥିସହ ଏଠାରୁ ଡିଭାଇଡର ହଟାଇବା ପାଇଁ ବିଏମସିକୁ ନିବେଦନ କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ