ଓଡିଶା

odisha

ETV Bharat / city

ଆସୁଛି ବଡ଼ଦିନ: ନାଲି ନାଲି ସାନ୍ତାକ୍ଲଜ୍ ଡ୍ରେସରେ ସଜାହୋଇଛି ଭୁବନେଶ୍ବର - ଭୁବନେଶ୍ବରରେ ଖ୍ରୀଷ୍ଟମାସ ପସରା

ବଡ ଦିନ ପାଇଁ ରାଜଧାନୀରେ ଜମିଲାଣି ଖ୍ରୀଷ୍ଟମାସ ବଜାର । ରାଜଧାନୀର ରାସ୍ତାଘାଟ ଏବେ ସବୁଠି ବ୍ରିକ୍ରି ହେଲାଣି ଖ୍ରୀଷ୍ଟମାସ ସାମଗ୍ରୀ । ଦୋକାନ ଗୁଡିକରେ ବେଲ୍ରୁ ନେଇ ସାନ୍ତା ଡ୍ରେସ୍‌ ଓ ଡ୍ୟାନସିଂ ସାନ୍ତା ଆଦି ସଭିଁଙ୍କୁ ବେଶ୍‌ ଆକର୍ଷିତ କରୁଛି । ଅଧିକ ପଢନ୍ତୁ

Christmas is Coming : ଆସୁଛି ବଡ଼ଦିନ, ରାସ୍ତାଘାଟରେ ପସରା ମେଲାଇଛି ଖ୍ରୀଷ୍ଟମାସ ବଜାର
Christmas is Coming : ଆସୁଛି ବଡ଼ଦିନ, ରାସ୍ତାଘାଟରେ ପସରା ମେଲାଇଛି ଖ୍ରୀଷ୍ଟମାସ ବଜାର

By

Published : Dec 23, 2021, 3:25 PM IST

ଭୁବନେଶ୍ବର:ଆଉ ଦିନ କେଇଟା ପର ବଡ ଦିନ । ଏଥିପାଇଁ ଏବେଠୁ ରାଜଧାନୀରେ ଜମିଲାଣି ବଡ଼ ଦିନ ବଜାର । ଚାରିଆଡେ ଶୁଭୁଛି ଜିଙ୍ଗଲ ବେଲ ଗୀତ। ରାଜଧାନୀର ରାସ୍ତାଘାଟର ସବୁଠି ବ୍ରିକ୍ରି ହେଲାଣି ଖ୍ରୀଷ୍ଟମାସ ସାମଗ୍ରୀ । ଯେଉଁଠି ଦେଖିଲେ ସେଠାରେ ଲୋକଙ୍କ ଭିଡ ଜମୁଛି । ଏଣୁ ଏହି ଦିନର ଭିନ୍ନଭିନ୍ନ ରକମର ସାମଗ୍ରୀକୁ ନେଇ ରାଜଧାନୀର ପ୍ରମୁଖ ସ୍ଥାନ ଗୁଡ଼ିକରେ ଖୋଲି ଗଲାଣି ଖ୍ରୀଷ୍ଟମାସ ପସରା । ସବୁଠୁ ଅଧିକ ଗହଳି ଜମୁଛି ଏକନମ୍ବର ହାଟରେ । ଦୋକାନ ଗୁଡିକରେ ବେଲ୍ରୁ ନେଇ ସାନ୍ତା ଡ୍ରେସ୍‌ ଓ ଡ୍ୟାନସିଂ ସାନ୍ତା ଆଦି ସଭିଁଙ୍କୁ ବେଶ୍‌ ଆକର୍ଷିତ କରୁଛି ।

ଆସୁଛି ବଡ଼ଦିନ, ରାସ୍ତାଘାଟରେ ପସରା ମେଲାଇଛି ଖ୍ରୀଷ୍ଟମାସ ବଜାର

ଦେକାନ ଗୁଡିକରେ ଖ୍ରୀଷ୍ଟମାସ ଟ୍ରି, ଷ୍ଟାର୍‌, ସାନ୍ତାକ୍ଲଜ୍‌, ହ୍ୟାଙ୍ଗିଙ୍ଗ୍‌ ବେଲ୍‌, ସାନ୍ତା ଟୟ, ସାନ୍ତା ଟୋପି, ସାନ୍ତା ମୋଜା, ପୋଷାକ, ଖ୍ରୀଷ୍ଟମାସ ବ୍ୟାଣ୍ଡ, ଖ୍ରୀଷ୍ଟମାସ କାର୍ଡ, ଝୁମର ଆଦି ସାମଗ୍ରୀରେ ଭରି ଗଲାଣି ଦୋକାନ । ଦୁଇଫୁଟିଆ ରଙ୍ଗୀନ ଆଲୁଅର ଖ୍ରୀଷ୍ଟମାସ୍‌ ଟ୍ରିଠୁ ନେଇ ୧୨ରୁ ୧୫ ଫୁଟ ପର୍ଯ୍ୟନ୍ତ ବଡ଼ ବଡ଼ ପ୍ଲାଷ୍ଟିକ୍‌ ଖ୍ରୀଷ୍ଟମାସ୍‌ ଟ୍ରି ମଧ୍ୟ ରହିଛି । ଏସବୁର ଦାମ୍‌ ହଜାରେ ଟଙ୍କାରୁ ଆରମ୍ଭ ହୋଇ ୧୫ ହଜାର ଟଙ୍କା ଅଛି । ଏହାସହ ରାଜପଥରେ ବି ଅନେକ ରାଜସ୍ଥାନୀ ବ୍ୟବସାୟୀ ବଡ଼ଦିନ ବଜାର ଖୋଲିବିଆସିଥିବାବେଳେ ରାସ୍ତାର ଶୋଭା ବଢ଼ାଉଛି । ବିଶେଷ କରି ଛୋଟ ଛୋଟ ପିଲାମାନେ ଖ୍ରୀଷ୍ଟମାସକୁ ନେଇ ଅଧିକ ଉତ୍ସାହିତ ଅଛନ୍ତି । ତେବେ ଗତବର୍ଷ କୋଭିଡ ପାଇଁ ସବୁ ଫିକା ପଡିଥିବାବେଳେ ଚଳିତବର୍ଷ ଭଲ ବେପାର ହେବ ଆଶାରେ ରହିଛନ୍ତି ବ୍ୟବସାୟୀ। ସେଥିପାଇଁ କିଛି ଦିନ ହେଲା ଜମିଛି ବଡ଼ଦିନ ବେପାର । ଅନ୍ୟପଟେ ଘରେ ରହି ବନ୍ଧୁ ପ୍ରିୟଜନଙ୍କ ସହ ଖୁସି ବାଣ୍ଟିବା ସହ ରାଜଧାନୀବାସୀ ପାଳିବେ ବଡ଼ଦିନ ।

ଖ୍ରୀଷ୍ଟିଆନ ସମ୍ପ୍ରଦାୟ(Christian community )ଙ୍କ ବଡ଼ପର୍ବ ଖ୍ରୀଷ୍ଟମାସ ହୋଇଥିବାବେଳେ କିନ୍ତୁ ରାଜଧାନୀରେ ସବୁ ସମ୍ପ୍ରଦାୟର ଲୋକେ ଖ୍ରୀଷ୍ଟମାସ ପାଳନ କରିଥାନ୍ତି । ହେଲେ ଏ ବର୍ଷ ବି ଲୋକଙ୍କ ଖୁସିରେ ଗ୍ରହଣ ଲଗାଇଦେଇଛି ମହାମାରୀ । ସମାବେଶ, ସେଲିବ୍ରେଶନ ଉପରେ କଟକଣା ଲଗାଇ ଦେଇଛନ୍ତି ସରକାର । କେବଳ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନ ପାଳନ ହେବ ଆଉ ଘରେ ରହି ଖ୍ରୀଷ୍ଟମାସ ପାଳିବେ ଲୋକେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details