ଓଡିଶା

odisha

ETV Bharat / city

ରାମ ମନ୍ଦିର, ଜନପଥ ମଣ୍ଡପ ସହ ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ସିଲ - ram temple And janapath mandap seal

ବିଏମସିର ବିନା ଅନୁମତିରେ ଜନ୍ମଦିନ ପାଳନ ପାଇଁ ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ଏବଂ ଜନପଥରେ ଥିବା ମଣ୍ଡପ ସିଲ୍ କରାଯାଇଛି । ସେହିପରି କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପଳାଶପଲ୍ଲିସ୍ଥିତ ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜକୁ ମଧ୍ୟ ସିଲ କରିଛି ବିଏମସି । ଅଧିକ ପଢନ୍ତୁ...

ରାମ ମନ୍ଦିର ଓ ଜନପଥ ମଣ୍ଡପ ସହ ଅକ୍ସଫୋର୍ଡ ହେଲା ସିଲ
ରାମ ମନ୍ଦିର ଓ ଜନପଥ ମଣ୍ଡପ ସହ ଅକ୍ସଫୋର୍ଡ ହେଲା ସିଲ

By

Published : Apr 7, 2021, 4:59 PM IST

ଭୁବନେଶ୍ୱର :ବିଏମସିର ବିନା ଅନୁମତିରେ ଜନ୍ମଦିନ ପାଳନ ପାଇଁ ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ଏବଂ ଜନପଥରେ ଥିବା ମଣ୍ଡପ ସିଲ୍ କରାଯାଇଛି । ଜୋନାଲ ହେଡଙ୍କ ନେତୃତ୍ୱରେ ଏକ ଟିମ ମଣ୍ଡପ ଉପରେ ଚଢାଉ କରିଥଲା ।

କମିଶନର୍ (ଦକ୍ଷିଣ ପୂର୍ବ) ଅଂଶୁମାନମ ରଥଙ୍କ ନେତୃତ୍ୱରେ ଆଜି ଘଟଣାସ୍ଥଳ ପରିଦର୍ଶନ କରି ମଣ୍ଡପଟିକୁ ସିଲ କରିଥିଲେ । ଆସିଥିବା ଅତିିଥି ମାନେ ତୁରନ୍ତ ସ୍ଥାନ ଛାଡିବା ପାଇଁ ବାଧ୍ୟ ହୋଇଥିଲେ । ଜନ୍ମଦିନ ପାର୍ଟି ଆୟୋଜକଙ୍କ ଠାରୁ 5000 ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ରାମ ମନ୍ଦିର ଓ ଜନପଥ ମଣ୍ଡପ ସହ ଅକ୍ସଫୋର୍ଡ ହେଲା ସିଲ
ରାମ ମନ୍ଦିର ଓ ଜନପଥ ମଣ୍ଡପ ସହ ଅକ୍ସଫୋର୍ଡ ହେଲା ସିଲ

ସେହିପରି କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପଳାଶପଲ୍ଲିସ୍ଥିତ ଅକ୍ସଫୋର୍ଡ ଇଞ୍ଜିନିୟରିଙ୍ଗ କଲେଜକୁ ମଧ୍ୟ ସିଲ କରିଛି ବିଏମସି । ବିଏମସିର ପୂର୍ବ ଅନୁମତି ବିନା କୌଣସି କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details