ଓଡିଶା

odisha

ETV Bharat / city

ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ, ନିର୍ମାଣ ହେବ ମଲ୍ଟି-ମୋଡାଲ ହବ

ଭୁବନେଶ୍ବର ରେଳ ଷ୍ଟେସନ ମଲ୍‌ଟି-ମୋଡାଲ୍‌ ହବ୍‌ ପାଇଁ ଓଡିଶା ସରକାର ଓ ପୂର୍ବତଟ ରେଳ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ବିଶ୍ବଶ୍ରେଣୀୟ ରେଳ ଷ୍ଟେସନ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପ ।

ଡିଜାଇନ ଫଟୋ

By

Published : Sep 19, 2019, 9:39 PM IST

ଭୁବନେଶ୍ବର: ନୂଆ ରୂପ ପାଇବ ରାଜଧାନୀର ରେଳ ଷ୍ଟେସନ । ଆକୃତି, ସ୍ବରୂପ, ପ୍ରକାର, ସୌନ୍ଦର୍ଯ୍ୟ, ସାଦୃଶ୍ୟ ସବୁ କିଛିରେ ହେବ ସ୍ମାର୍ଟ ପରିବର୍ତ୍ତନ । ବିଶ୍ବଶ୍ରେଣୀୟ ରେଳ ଷ୍ଟେସନ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପ । ଭୁବନେଶ୍ବର ରେଳ ଷ୍ଟେସନର ହେବ ନବକଳେବର । ଏବେ ଭୁବନେଶ୍ବର ରେଳ ଷ୍ଟେସନ ଅତ୍ୟାଧୁନିକ ତଥା ବିଶ୍ବସ୍ତରୀୟ ବିମାନବନ୍ଦର ଭଳି ପ୍ରତୀୟମାନ ହେବ । ଏନେଇ ଓଡିଶା ସରକାର ଓ ପୂର୍ବତଟ ରେଳ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।

ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ

ଏହି ପ୍ରକଳ୍ପର ବୁଝାମଣା ପତ୍ର ସ୍ବାକ୍ଷରିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ, ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଓ ପେଟ୍ରେଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ।

ବିଡିଏ ଏହି ପ୍ରକଳ୍ପ ଡିଜାଇନ ଓ ରୂପରେଖ ଦେବା ପାଇଁ ଜୋନାଲ ଏଜେନ୍‌ସି ଭାବରେ କାର୍ଯ୍ୟ କରିବେ । ଯାତ୍ରୀମାନଙ୍କ ପରିବହନ ଦିଗରେ ଏକ ଅତ୍ୟାଧୁନିକ ବ୍ୟବସ୍ଥା ପ୍ରଦାନ କରିବେ । ସିଙ୍ଗାପୁରସ୍ଥିତ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଡିଜାଇନ ପରାମର୍ଶଦାତା ସୁର୍ବାନ ଜୁରୋଙ୍ଗ ଏହି ପ୍ରକଳ୍ପ ପାଇଁ ବିଡିଏ ଦ୍ବାରା ନିଯୁକ୍ତ ହୋଇଛନ୍ତି ।

ମଲ୍‌ଟି-ମୋଡାଲ ହବ୍‌ରେ ରହିବ ନୂଆ ଟର୍ମିନାଲ ସୌଧ ଓ ସିଟିବସ ଟର୍ମିନାଲ । କାର୍‌ ପାର୍କିଂ ଓ ସାଧାରଣ ଲୋକଙ୍କ ପାଇଁ ସୁବିଧା ସୁଯୋଗ ବି ରହିବ । ଟର୍ମିନାଲ ବିଲଡିଂରେ ରହିବ ବସ୍‌ ଓ କାର ପାର୍କିଂର ବ୍ୟବସ୍ଥା, ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଏବଂ ଶିଶୁ ମାନଙ୍କ ପାଇଁ ପ୍ଲାଜା ରହିବା ସହ ଫୁଡ୍‌ କୋର୍ଟ ରହିବ । ଏତ୍‌ଦବ୍ୟତୀତ ପଥଚାରୀ ଓ ସାଇକେଲ ଆରୋହୀଙ୍କ ପାଇଁ ସୁବିଧା ମଧ୍ୟ ରହିବ ।

ଉନ୍ନତିକରଣ ପାଇଁ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କରିବେ ବୋଲି କହିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଏହାସହ କେନ୍ଦ୍ରୀୟ ପ୍ରକଳ୍ପ ଅନୁସାରେ ଭୁବନେଶ୍ବର ରେଳ ଷ୍ଟେସନ ମଲ୍ଟ-ମୋଡାଲ ହବ୍‌ ଏକ ସିଟି ସ୍କୋୟାର ଉପସ୍ଥାପନା କରିବ । ସହରରେ କେନ୍ଦ୍ର ସ୍ଥଳରେ ସୁଉଚ୍ଚ ଅଟ୍ଟାଳିକା ମାନ ରହିବ । ଏହାସହ ବାଣିଜ୍ୟିକ, ରିଟେଲ୍‌, ହୋଟଲ ଏବଂ ସର୍ଭିସ ଆପାର୍ଟମେଣ୍ଟ ରହିବ । ଏଥିରେ ଜନସାଧାରାଣଙ୍କ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ଇଂଜିନିୟରିଂ ପ୍ରୋକ୍ୟୁରମେଣ୍ଟ ଏବଂ କନ୍‌ଷ୍ଟ୍ରକସନ(EPC)ମଡେଲରେ ତିଆରି ହେବ । ଏଥିପାଇଁ ପ୍ରାୟ 300 କୋଟି ଖର୍ଚ୍ଚ ହେବ । ଅପରପକ୍ଷରେ ମିଶ୍ରିତ ପ୍ରକଳ୍ପ ଯେଉଁଥିରେ ମୁଖ୍ୟତଃ ରିୟଲ ଇଷ୍ଟେଟ ରହିବ ଏହି ସବୁ ପିପିପି ମଡେଲରେ ହେବ । ଏଥିପାଇଁ ପ୍ରାୟ 540 କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details