ଓଡିଶା

odisha

ETV Bharat / city

ମରଣଯନ୍ତା ରେଲୱେ ଟ୍ରାକ, ଦୁର୍ଘଟଣା କମାଇବାକୁ ଲାଗିଲା ସାଇନେଜ୍ - ଭୁବନେଶ୍ୱରରେ ରେଳବାଇ ପୋଲିସ

ରାତି ପାହିଲେ ରେଲଓ୍ୱେ ଟ୍ରାକରେ ଗଡ଼ୁଛି ମୁଣ୍ଡ । ରାଜଧାନୀର ରେଳ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଓ ଲେବଲ କ୍ରସିଂ ସାଜିଛି ଡେଥ୍ ଜୋନ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଭୁବନେଶ୍ୱରର ଅନେକ ସ୍ଥାନକୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରିଛି ରେଲୱେ ପୋଲିସ । ଅଧିକ ପଢ଼ନ୍ତୁ...

ଇଟିଭି ଭାରତ ପ୍ରଭାବ, ବିଭିନ୍ନ ରେଳ ଧାରଣାକୁ ରେଳବାଇ ପୋଲିସର ବ୍ଲାକ ସ୍ପଟ ଚିହ୍ନଟ
ଇଟିଭି ଭାରତ ପ୍ରଭାବ, ବିଭିନ୍ନ ରେଳ ଧାରଣାକୁ ରେଳବାଇ ପୋଲିସର ବ୍ଲାକ ସ୍ପଟ ଚିହ୍ନଟ

By

Published : May 9, 2021, 10:46 PM IST

Updated : May 10, 2021, 9:04 AM IST

ଭୁବନେଶ୍ୱର: ରାତି ପାହିଲେ ରେଲଓ୍ବେ ଟ୍ରାକରେ ଗଡ଼ୁଛି ମୁଣ୍ଡ । ରାଜଧାନୀର ରେଳ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଓ ଲେବଲ କ୍ରସିଂ ସାଜିଛି ଡେଥ୍ ଜୋନ । ଅନେକ ସ୍ଥାନରେ ଆତ୍ମହତ୍ୟା ବା ଦୁର୍ଘଟଣାରେ ନିରିହ ଲୋକ ପ୍ରାଣ ହରାଉଥିଲେ । ଏହାକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଭୁବନେଶ୍ୱରର ଅନେକ ସ୍ଥାନକୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରିଛି ରେଲୱେ ପୋଲିସ । ବ୍ଲାକସ୍ପଟ ଚିହ୍ନଟ ହୋଇଥିବା ସ୍ଥାନରେ ସତର୍କତା ଫଳକ ଲଗାଇଛି ପୋଲିସ ।

ଇଟିଭି ଭାରତ ପ୍ରଭାବ, ବିଭିନ୍ନ ରେଳ ଧାରଣାକୁ ରେଳବାଇ ପୋଲିସର ବ୍ଲାକ ସ୍ପଟ ଚିହ୍ନଟ

ଭୁବନେଶ୍ବର ଷ୍ଟେସନ ସମେତ ଲିଙ୍ଗରାଜ, ପୁନମାଗେଟ, ବମିଖାଲ, ଶହୀଦ ନଗର, ପଟିଆ ଆଦି ରେଳ ଷ୍ଟେସନ ଓ ଲେଭଲ କ୍ରସିଂ ନିକଟରୁ ଅନେକ ସମୟରେ ମୃତଦେହ ଉଦ୍ଧାର ହୋଇଛି । ଏହି ସବୁ ସ୍ଥାନରେ ଟେନ୍ର ଦୁର୍ଘଟଣା ବା କୌଣସି ଅଘଟଣକୁ ରୋକିବାକୁ ସହର ଦେଇ ଯାଇଥିବା ରେଲଓ୍ବେ ଟ୍ରାକରେ ଆରପିଏଫ ପକ୍ଷରୁ ବ୍ଲାକ ସ୍ପଟ ଚିହ୍ନଟ ହୋଇଛି । ରେଳ ଧାରଣା ଦେଇ ଯିବାଆସିବା ପାଇଁ ଅନୁମତି ନଥିବା ସ୍ଥାନରେ ପାଚେରି ଉଠାଯାଇଛି ।

ଲେବଲ କ୍ରସିଂ ଓ ବ୍ଲାକ ସ୍ପଟ ସ୍ଥାନରେ ବିପଦ ଫଳକ ଲଗାଯାଇଛି । ଏହି ସବୁ ସ୍ଥାନରେ ପାଟ୍ରୋଲିଂ ସହ ରେଲୱେ ଟ୍ରାକ ପାର ନକରିବାକୁ ଲୋକଙ୍କୁ ସଚେତନ କରାଯାଇଛି । ଏଥିରେ ଖିଲାପ କଲେ ଦଣ୍ଡ ବିଧାନ ବିଷୟରେ ମଧ୍ୟ ସଚେତନଫଳକରେ ଲେଖା ଯାଇଛି । ରେଳ ଧାରଣାରେ ନୀରିହ ଜୀବନ ଯାଉଥିବା ନେଇ ଇଟିଭି ଭାରତ ପକ୍ଷରୁ ଖବର ପ୍ରସାରଣ ହୋଇଥିଲା ।

୨୦୧୮ରେ ଭୁବନେଶ୍ବର ବିଭିନ୍ନ ସ୍ଥାନରେ ଥିବା ରେଳ ଧାରଣାରେ ୯୪ ଜଣଙ୍କ ଜୀବନ ଯାଇଥିଲା । ସେଥି ମଧ୍ୟରେ ଦୁର୍ଘଟଣା ବସତଃ 20 ଜଣଙ୍କ ଜୀବନ ଯାଇଥିବାବେଳେ 26 ଜଣ ଆତ୍ମହତ୍ୟା କରିଥିଲେ । ସେହିଭଳି ହତ୍ୟାକାଣ୍ଡ ବା ସନ୍ଦେହଜନକ ମୃତ୍ୟୁରେ 58 ଜଣଙ୍କ ମୃ୍ତଦେହ ଉଦ୍ଧାର ହୋଇଥିଲା । 2019ରେ ରେଳ ଧାରଣାରେ ମୋଟ 101 ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ 23 ଜଣଙ୍କ ମୃତ୍ୟୁ ଦୁର୍ଘଟଣାରୁ ହୋଇଥିବା ବେଳେ 40ଜଣ ଆତ୍ମହତ୍ୟା କରିଥିଲେ । ଅନ୍ୟାନ୍ୟ କାରଣରୁ ୪୮ ଜଣଙ୍କ ଜୀବନ ଯାଇଛି । ତେବେ 2020ରେ ଲକଡାଉନ ଯୋଗୁଁ ଏହି ମୃତ୍ୟୁସଂଖ୍ୟା କମିଥିଲା । ଏହାସତ୍ତ୍ବେ ରେଳ ଧାରଣାରେ 51ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେଥିମଧ୍ୟରେ 18 ଜଣ ଦୁର୍ଘଟଣାରୁ ମୃତ୍ୟୁବରଣ କରିଥିବାବେଳେ 13 ଜଣ ଆତ୍ମହତ୍ୟା କରିଥିଲେ । ଅନ୍ୟାନ୍ୟ କାରଣରୁ 21 ଜଣଙ୍କ ଜୀବନହାନି ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : May 10, 2021, 9:04 AM IST

ABOUT THE AUTHOR

...view details