ଭୁବନେଶ୍ବର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳରେ ମାତିବେ ସଭିଏଁ । ସେଥିପାଇଁ ଉତ୍ସବମୁଖର ପୁରପଲ୍ଲୀ । କିନ୍ତୁ ହୋଲିର ଦିନକ ପୂର୍ବରୁ ହୋଲି ଖେଳିଛନ୍ତି କଏଦୀଙ୍କ ପିଲାମାନେ । ରଙ୍ଗ ଅବିର ଓ ସଙ୍ଗୀତରେ ମସଗୁଲ ହୋଇ ରଙ୍ଗ ଖେଳିଥିଲେ ପିଲାମାନେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ମଧୁରମୟୀ ସେବା ଶିକ୍ଷା ନିକେତନରେ ଏହି ଖେଳର ଆସର ଜମିଥିଲା । ଏହି ସେବା ନିକେତନରେ ରହୁଥିବା ପିଲାମାନଙ୍କ ବାପାମା ଜେଲରେ କଏଦୀ ଭାବେ ଜୀବନ କାଟୁଛନ୍ତି । ନାଚ, ଗୀତ ରଙ୍ଗ ଖେଳ ମସଗୁଲ ହୋଇଥିଲେ ଛାତ୍ରଛାତ୍ରୀ । ଏତେ ପିଲାଙ୍କ ସହ ରଙ୍ଗ ଖେଳି ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ।
ରଙ୍ଗ ଖେଳକୁ ନେଇ ମଧୁରମୟୀ ସେବା ନିକେତନର ମୁଖ୍ୟ ପରିଚଳିକା ନିରୋଜା ଲକ୍ଷ୍ମୀ ମହାପାତ୍ର କହିଛନ୍ତି, ଏଠାରେ ପ୍ରତି ବର୍ଷ ନିଆରା ଢଙ୍ଗରେ ରଙ୍ଗ ଖେଳ ହୁଏ । ସିନେ ତାରକାମାନେ ମଧ୍ୟ ସାମିଲ ହୁଅନ୍ତି । କିନ୍ତୁ ଚଳିତ ବର୍ଷ 2ଦିନ ଧରି ରଙ୍ଗଖେଳ ହେବ । ଏଠାରେ ରହୁଥିବା ପିଲାମାନଙ୍କର ଯେହେତୁ ପିତା ମାତା ପାଖରେ ନାହାଁନ୍ତି, ସେଥିପାଇଁ ସେମାନେ ସମସ୍ତ ଓଡ଼ିଆ ପର୍ବ ପାଳନ କରନ୍ତି । ଚଳିତ ବର୍ଷ ହୋଲିକୁ ନେଇ ସମସ୍ତେ ସଜାଗ ଅଛନ୍ତି। କୌଣସି ପ୍ରକାରର କେମିକାଲ ମିଶା ରଙ୍ଗ ନ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି ।
ଭୁବନେଶ୍ବର ବିକାଶ ଦାସ, ଇଟିଭି ଭାରତ