ଓଡିଶା

odisha

ETV Bharat / city

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିକଲା ସିପିଆଇଏମ

ରାଜଧାନୀ ଭୁବନେଶ୍ବରରୁ ଗତ 7 ତାରିଖ ଦିନ ହୋଇଥିବା ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସିପିଆଇଏମ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କେତେ ଜଣ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ଅଧିକ ପଢନ୍ତୁ...

By

Published : Oct 11, 2020, 4:16 PM IST

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିକଲା ସିପିଆଇଏମ
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିକଲା ସିପିଆଇଏମ

ଭୁବନେଶ୍ବର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିକଲା ସିପିଆଇଏମ । ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଗତ 7 ତାରିଖରେ ଏକ ବଡଧରଣର ବିସ୍ଫୋରଣ ହୋଇଥିଲା।

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିକଲା ସିପିଆଇଏମ

ସାରା ଓଡ଼ିଶାରେ ଏପରି ଘଟଣା ପ୍ରଥମ ହୋଇଥିବାବେଳେ ଏଥିରେ ଜଣେ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ ଏହି ଘଟଣାରେ ଅନେକ ଲୋକ ଏବେବି ନିଖୋଜ ଥିବା ଖବର ସାମ୍ନାକୁ ଆସୁଥିବା ବେଳେ ସେଠାରେ କିଛି ମୃତକଙ୍କ ଶରୀରର ଅଂଶବିଶେଷ ମିଳିଛି। ସରକାରଙ୍କ ପକ୍ଷରୁ ଏନେଇ କିଛି ସଠିକ ତଥ୍ୟ ଲୋକଲୋଚନକୁ ଆସି ନ ଥିବା ବେଳେ ସିପିଆଇଏମ ରାଜ୍ୟ କମିଟି ପକ୍ଷରୁ ଏହାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛି।

ଏନେଇ ଆସନ୍ତାକାଲି ଏଡିଏମ ଅଫିସ ସମ୍ମୁଖରେ ପ୍ରଦର୍ଶନ କରାଯିବା ସହ ଦୋଷୀଙ୍କୁ ଦଣ୍ଡ ଓ କ୍ଷତିଗ୍ରସ୍ତଙ୍କ ପରିବାରକୁ ସହାୟତା ଦେବାକୁ ଦାବି କରାଯିବ ବୋଲି ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details