ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ କମିଶନରେଟ ପୋଲିସ ହାତରେ ଲାଗିଛି ଗୁରୁତ୍ବପୁର୍ଣ୍ଣ ତଥ୍ୟ। ସିଜେସିଆର (compressed gas cylinder rules ) ଗାଇଡଲାଇନ୍ସ ଅନୁସାରେ, 26 ତାରିଖରୁ ହାଇଡ୍ରୋଲିକ୍ ପ୍ରେସର ଟେଷ୍ଟ ହେଉଥିଲା ।
ପେଟ୍ରୋଲ ଟାଙ୍କିରେ ଦୁଇଟି ଟ୍ୟାଙ୍କ ଥିବାବେଳେ ପ୍ରଥମ ଟ୍ୟାଙ୍କ ବା ବଟମ-1କୁ ଟେଷ୍ଟ କରାଯାଉଥିଲା । ନାଇଟ୍ରୋଜେନ ଓ ପାଣି ବ୍ୟବହାର କରି ହାଇଡ୍ରୋଲିକ ଟେଷ୍ଟ କରାଯାଏ । କିନ୍ତୁ ନାଇଟ୍ରୋଜେନ ଜାଗାରେ ଅକ୍ସିଜେନ ଓ ଏୟାର ରହିଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରୁଛି ପୋଲିସ ।
ସେହିପରି ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଘଟଣାସ୍ଥଳରେ 3ରୁ 4 ଜଣ ଉପସ୍ଥିତ ଥିବା ଜାଣିବାକୁ ପାଇଥିବାବେଳେ ନିୟମ ଅନୁସାରେ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ କି ନାହିଁ ଯାଞ୍ଚ କରୁଛି ।