ଭୁବନେଶ୍ବର:ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ହୋଇଛି ଗାଁଠୁ ସହର । ହେଲେ ଆଜି ରଙ୍ଗର ପର୍ବ ହୋଲି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରାଗରୋଷ ଭୁଲି ଖୁସି, ସ୍ନେହ ଓ ଶ୍ରଦ୍ଧାର ପର୍ବ ହୋଲି ସମସ୍ତେ ପାଳନ କରିବେ । କୋଭିଡ ସଂକ୍ରମଣ ଯୋଗୁଁ ଦୁଇବର୍ଷ ହେବ ହୋଲି ପାଳନ କରାଯାଇନାହିଁ।
ଚଳିତ ବର୍ଷ ବାହାରେ ନ ହେଲେବି ଘରେ ବିନା କଟକଣା ସହ ହୋଲି ପାଳନ କରିବେ ଲୋକେ। ଏହାକୁ ନେଇ ରାଜଧାନୀବାସୀ ଉଲ୍ଲସିତ ହୋଇ ରହିଛନ୍ତି । ଆଉ ଦୁଇ ବର୍ଷ ପରେ ବ୍ୟବସାୟ କରି ବ୍ୟବସାୟୀ ବି ଖୁସିଥିବା ବେଳେ ଏଥର ବେପାର ଭଲ ହୋଇଛି ବୋଲି କହିଛନ୍ତି । ପ୍ରାକୃତିକ ରଙ୍ଗ ଖେଳକୁ ଅନୁମତି ମିଳିଥିବା ବେଳେ ଛୋଟ ପିଲାଙ୍କ ପାଇଁ ପିଚକାରୀ ଓ ମାକ୍ସ ରହିଛି । ସେପଟେ ରାସାୟନ ବିହୀନ ହୋଲି ଖେଳିବାକୁ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।