ଓଡିଶା

odisha

ETV Bharat / city

ରାଜଧାନୀବାସୀଙ୍କ ହୋଲି: ପିଇଲେ ପଣା, ବୋଳିଲେ ରଙ୍ଗ - ସାମାନ୍ୟ କୋହଳ କଟକଣାରେ ହୋଲି ପାଳନ

ରାଜଧାନୀରେ ସାମାନ୍ୟ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଛି ରଙ୍ଗର ପର୍ବ ହୋଲି । ଅଧିକ ପଢନ୍ତୁ

ସାମାନ୍ୟ କୋହଳ କଟକଣାରେ ହୋଲି ପାଳିଲେ ରାଜଧାନୀବାସୀ
ସାମାନ୍ୟ କୋହଳ କଟକଣାରେ ହୋଲି ପାଳିଲେ ରାଜଧାନୀବାସୀ

By

Published : Mar 19, 2022, 4:18 PM IST

Updated : Mar 19, 2022, 4:42 PM IST

ଭୁବନେଶ୍ବର: ଆଜି(ଶନିବାର) ହେଉଛି ରଙ୍ଗର ପର୍ବ ହୋଲି । ଏହି ରଙ୍ଗୀନ ପର୍ବରେ ଗାଁଠୁ ସହର ସବୁଠି ଉତ୍ସବମୁଖର। ଆଜି ସବୁ ରାଗ ଦ୍ବେଷ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ପିଲାଠୁ ବୟସ୍କ ସମସ୍ତେ ସତରଙ୍ଗର ରଙ୍ଗରେ ରଙ୍ଗୀନ ହୋଇ ପାଳୁଛନ୍ତି ହୋଲି ପର୍ବ । ରାଜଧାନୀରେ ବିଏମସି ଗାଇଡଲାଇନ ମୁତାବକ ଏଥର ବି ସର୍ବସାଧାରଣରେ ହୋଲି ଖେଳ ମନା ଥିବା ସମୟରେ ସାମାନ୍ୟ କୋହଳ କଟକଣା ସହିତ ରାଜଧାନୀବାସୀ ହୋଲି ପାଳିଛନ୍ତି ।

ରାଜଧାନୀବାସୀଙ୍କ ହୋଲି: ପିଇଲେ ପଣା, ବୋଳିଲେ ରଙ୍ଗ

ରାଜଧାନୀର ରଙ୍ଗ ବଜାରରେ ଭିଡ ଦେଖିବାକୁ ମିଳିଛି । ତେବେ ଚଳିତ ଥର ବିଏମସି କଟକଣାରେ ପାଳନ ହୋଇଛି ହୋଲି । କୋରୋନାର ତାଡନା ଭିତରେ ଗତ ୨ ବର୍ଷ ଧରି ରଙ୍ଗ ବଜାର ଓ ରଙ୍ଗ ଖେଳ ଫିକା ପଡିଥିବାବେଳେ ଏଥର ସାମାନ୍ୟ ଆଶ୍ବସ୍ତି ମିଳିଛି । ଏଥିଲାଗି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଭଳିକି ଭଳି ରଙ୍ଗର ପସରା ମେଲିଛି । ସାମାନ୍ୟ କୋହଳ କଟକଣା ଭିତରେ ପର୍ବ ପାଳନ କରୁଛନ୍ତି ରାଜଧାନୀବାସୀ । ତେବେ ରାଜ୍ୟ ସରକାର ତଥା ବିଏମସି ଗାଇଡ ଲାଇନ ମୁତାବକ ଏଥର ବି ସର୍ବସାଧାରଣ ତଥା ଗହଳି ସ୍ଥାନରେ ହୋଲି ଖେଳିବା ମନା । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସେପଟେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଙ୍ଗ ଦୋକାନରେ ଶେଷ ଦିନରେ ଭିଡ ପରିଲକ୍ଷିତ ହୋଇଛି । ଯଦିଓ ଘରେ ରହି ସୁରକ୍ଷିତ ହୋଲି ଖେଳିବାକୁ କୁହାଯାଇଛି ଏହାରି ଭିତରେ ରାଜଧାନୀର ପାର୍କ ଛକ ବଜାର ଗଳିକନ୍ଦିରେ ପାଳନ ହେଉଛି ରଙ୍ଗର ପର୍ବ ହୋଲି । ରାଜଧାନୀବାସୀ ରଙ୍ଗ ଅବିର ମାରି ଗୀତର ତାଳେ ତାଳେ ନାଚି ଭାଇଚାରାର ପର୍ବ ହୋଲିକୁ ବେଶ ଧୂମଧାମରେ ପାଳନ କରୁଛନ୍ତି । ମିଠା ଓ ପଣା ପିଇ ଖୁସି ମନାଉଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 19, 2022, 4:42 PM IST

ABOUT THE AUTHOR

...view details