ଭୁବନେଶ୍ବର: ଗଣତନ୍ତ୍ର ସେତେବେଳେ ମଜବୁତ ହୁଏ ଯେତେବେଳେ ଗଣ ରାଜ୍ୟର ସମସ୍ତ ବ୍ୟକ୍ତି ନିର୍ବାଚନରେ ସାମିଲ ହୋଇ ନିଜ ଅଂଚଳର ବିକାଶ ଓ ଭବିଷ୍ୟତ ପାଇଁ ନେତା ବାଛନ୍ତି। ଆଉ ଭାରତ ଭଳି ସର୍ବପୁରାତନ ଗଣତାନ୍ତ୍ରିକ ଦେଶରେ ପଂଚାୟତ ନିର୍ବାଚନରେ ଜନ ଗଣ ଅତି ଉତ୍ସାହର ସହ ସାମିଲ ହୋଇ ଭୋଟ ଦିଅନ୍ତି। ଆଜି(ମଙ୍ଗଳବାର) ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି।
ରାଜଧାନୀରେ ପଞ୍ଚାୟତ ନିର୍ବାଚନ, ଟେଣ୍ଟ ଭିତରେ ଚାଲିଛି ମତଦାନ ପୂର୍ଵ ପର୍ଯ୍ୟାୟରେ ହୋଇଥିବା ହିଂସାର ପୁନରାବୃତ୍ତି ଯେମିତି ନହୁଏ ସବୁଠି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଉପକଣ୍ଠ ସାମନ୍ତରାପୁର ରେ ମଧ୍ୟ ଲୋକେ ଆସି ନିଜ ଅଧିକାର ସାବ୍ୟସ୍ତ କଇଛନ୍ତି। କିନ୍ତୁ ରୋଚକ ଚିତ୍ରଟି ହେଲା ଏହି ଏରିଆରେ ଭୋଟର ଏକ ଅସ୍ଥାୟୀ ଟେଣ୍ଟ ଭିତରେ ଲୋକେ ଆସି ନିଜର ସ୍ଥାନୀୟ ସରକାର ପାଇଁ ମତଦାନ କରୁଛନ୍ତି।
ସ୍ମାର୍ଟ ସିଟିର ବହୁତଳ କୋଠା ଏବଂ ଏହି ଅସ୍ଥାୟୀ ମତଦାନ କେନ୍ଦ୍ର ବିକାଶର ପରିଭାଷାକୁ ବୁଝାଉଛି। ଗଣତନ୍ତ୍ର ପ୍ରକ୍ରିୟାର ବାସ୍ତବ ଚିତ୍ର। ସ୍ମାର୍ଟ ସିଟିର ସ୍ମାର୍ଟ ମତଦାନ କେନ୍ଦ୍ର। ଟେଣ୍ଟ ଭିତରେ ଚାଲିଛି ପୁଲିଂ ସେଣ୍ଟର। ସହରିଆ ଆସି କରୁଛନ୍ତି ମତଦାନ। ଏ ଦୃଶ୍ୟ ଉପାନ୍ତ କି ଉପକଣ୍ଠର ନୁହେଁ । ଏହା ରାଜଧାନୀର ସାମନ୍ତରାପୁର ଛକଠାରୁ ମାତ୍ର ୧କିମି ଦୂର। ମହାବୀର ନଗରର ଦିବ୍ୟବିହାର ଅଞ୍ଚଳର।ଯେଉଠି ଶିଶୁପାଳଗଡ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ଚାଲିଛି ମତଦାନ।
ବୁଥ ନମ୍ବର ୩ରେ ଏକ ପାଲଟଣା ଟେଣ୍ଟ ଭିତରେ ହେଉଛି ମତଦାନ। ପ୍ରିଜାଇଡିଂ ଅଫିସରଙ୍କ ନେତୃତ୍ବରେ ଚାଲିଛି ମତଗ୍ରହଣ ପ୍ରକ୍ରିୟା । ଲୋକେ ଲାଇନରେ ଆସି ଦେଉଛନ୍ତି ମତଦାନ। କିନ୍ତୁ କଥା ହେଉଛି ଭୁବନେଶ୍ୱର ବ୍ଲକ ଭିତରେ ଯାଉଥିବା ଏହି ଅଞ୍ଚଳ ଯା଼ହାକି ଓ୍ବାର୍ଡ ୩ରେ ଏଭଳି ବିକାଶର ଚିତ୍ର।ଯେଉଠି ସହରିଆଙ୍କ ମାଳ ମାଳ କୋଠା ଭିତରେ ମିଳିଲାନି ପୁଲି ପାଇ ଏକ ଘର।ଏକ ଅସ୍ଥାୟି ଟେଣ୍ଟ ଭିତରେ ମତଦାନ ଗ୍ରହଣ ଏଠାରୁ ସ୍ପଷ୍ଟ ହେଉଛି ରାଜ୍ୟ ବିକାଶର ଚିତ୍ର ଓ ବାସ୍ତବ ଚିତ୍ର।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ