ଭୁବନେଶ୍ବର: ଦାୟିତ୍ବ ନେଇଛନ୍ତି ଦୈତନଗରର ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ । ସେ 1990 ବ୍ୟାଚର ଆଇପିଏସ ଅଫିସର । ବିଜୟ କୁମାର ଶର୍ମା ନୂଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପୋଲିସ ବିଭାଗରେ ନିଜର ଏକ ନୂଆ ଟିମ ଗଠନ କରିଛନ୍ତି । ଭୁବନେଶ୍ବର-କଟକ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସୁଧାଂଶୁ ଷଡ଼ଙ୍ଗୀ ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଡ. ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ବର-କଟକର ନୂତନ ପୋଲିସ କମିଶନର କମିଶନରେଟ ମୁଖ୍ୟାଳୟରେ ପୂର୍ବତନ କମିଶନର ସତ୍ୟଜିତ ମହାନ୍ତି ତାଙ୍କ 7ମ କମିଶନର ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ସେପଟେ ଆଇପିଏସ୍ ଓ ଓପିଏସ ସ୍ତରରେ 39ଜଣ ବରିଷ୍ଠ ପୋଲିସ ଅଫିସରଙ୍କ ବଦଳି ହୋଇଛି । ବୁଧବାର ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ନୂତନ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ବରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଦାୟିତ୍ବ ନେବା ପରେ କମିଶନରଙ୍କ ରହିଛି ଇଣ୍ଟେଲିଜେନ୍ସି ପୋଲିସଂ ଉପରେ ଗୁରୁତ୍ବ । କାରଣ ଅପରାଧ କେଉଁଠି କିଏ କିପରି ଘଟାଉଛି, ଆଇନଶୃଙ୍ଖଳା ପରିସ୍ଥିତି କିପରି କେଉଁଠି ଉପୁଜୁଛି ସେ ସମ୍ପର୍କରେ ଜାଣିବା ହେବ କମିଶନରେଟ ପୋଲିସ ପାଇଁ ବଡ ଗୁରୁତ୍ବ।
ଅପରାଧ, ତଦନ୍ତ, ନିୟନ୍ତ୍ରଣକୁ ଗୁରୁତ୍ବ ଦେଇ ସହରବାସୀଙ୍କୁ ସୁରକ୍ଷା ଯୋଗାଇବା ହେବ ବଡ ଆହ୍ବାନ। ସେହିପରି ଟେକ୍ନୋଲୋଜି ଅଗ୍ରତି ମାଧ୍ୟମରେ ତାହାର ସୁଫଳ କେବଳ ପୋଲିସିଂ ନୁହେଁ ତାହାର ସୁଫଳ ଲୋକ ମଧ୍ୟ ପାଇପାରିବେ । ଆଉ ଏଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ଗୁଇନ୍ଦା ତଥ୍ୟ ବା ଇଣ୍ଟେଲିଜେନ୍ସ ଲେଡ ପୋଲିସଂ, ଟ୍ରାଫିକ ନିୟନ୍ତ୍ରଣ, ରାଜ୍ୟ ସରକାରଙ୍କ ‘ଫାଇବ ଟି’ ଉପରେ ଗୁରୁତ୍ବ ଦେଇ କାମ କରିବେ। ସମସ୍ୟା ସମ୍ବଳ ସ୍ଥିତି ସମ୍ପର୍କରେ ଆଲୋଚନା କରି ପରିସ୍ଥିତି ସମୀକ୍ଷା ପରେ କାର୍ଯାନୁଷ୍ଠାନ ନେବାକୁ ଚେଷ୍ଟା କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଟ୍ବିନ ସିଟିର ନୂତନ ପୋଲିସ କମିଶନରେଟ କହିଛନ୍ତି ।
ସେହିପରି ଜନସାଧାରଣଙ୍କୁ ଏହି ପୋଲିସ ଟେକ୍ନୋଲୋଜି ଦ୍ବାରା ସେବା ଯୋଗାଇ ଦିଆଯିବ । ଅପରାଧିକ ମାମଲାରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବ । ଏହାସହ ଅପରାଧିକ ମାମଲାରେ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ତେଣୁ ଓଡିଶା ପୋଲିସ ଟେକ୍ନୋଲୋଜି ଜରିଆରେ ଅପରାଧୀକ ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରାଯିବ। ଡ. ସୁଧାଂଶୁଙ୍କ କହିବା କଥା ହେଲା ଟ୍ବିନସିଟି ଅପେକ୍ଷା ପଶ୍ଚିମ ଓଡିଶା ପୋଲିସ ଟେକ୍ନୋଲୋଜିରେ ଆଗୁଆ । ତେଣୁ ଜନସାଧାରଣଙ୍କୁ ଏ ଦିଗରେ ଖୁବଶୀଘ୍ର ଅବଗତ କରାଇବ ଟ୍ବିନସିଟି କମିଶନରେଟ ପୋଲିସ । ପରିଶ୍ରମ କରିବି, ନମ୍ରତାର ସହ ସହଯୋଗ କରି ସୁନ୍ଦର କଟକ ଭୁବନେଶ୍ବର ଗଢିବାକୁ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ନୂତନ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ