ଓଡିଶା

odisha

ETV Bharat / city

ଦୋଛକିରେ କେବୁଲ ଅପରେଟର ଜୀବନ ଜୀବିକା - ଓଡିଶା କେବଲ ଅପରେଟର ଆସୋସିଏସନ

ଶତାଧିକ କେବୁଲ ଅପରେଟର ବିଏମସି କର୍ତ୍ତୁପକ୍ଷ ସୌନ୍ଦର୍ଯ୍ୟକରଣ ନାମରେ କେବୁଲ ଲାଇନ କାଟିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ଦ୍ବାରା ୩୦୦ ପରିବାରର ଜୀବନ ଜୀବିକାକୁ ବିଏମସି କର୍ତ୍ତୁପକ୍ଷ ହେୟଜ୍ଞାନ କରୁଛନ୍ତି । ଅଧିକ ପଢନ୍ତୁ...

bhubaneswar-municipal-corporation-cable-operator-issue
ଦୋଛକିରେ କେବୁଲ ଅପରେଟର ଜୀବନ ଜୀବିକା

By

Published : Jan 4, 2020, 3:54 AM IST

ଭୁବନେଶ୍ବର: କେବଲ ଅପରେଟରଙ୍କ ଭାଗ୍ୟ ଏବେ ଦୋଛକିରେ । ସୌନ୍ଦର୍ଯ୍ୟକରଣ ନାମରେ କେବୁଲ ଅପରେଟର ମାନଙ୍କୁ ବିଏମସି ହଇରାଣ କରୁଛି । ସ୍ମାର୍ଟସିଟିକୁ ସୁନ୍ଦର କରିବାକୁ ଯାଇ ୩୦୦ ପରିବାରର ଜୀବନ ଜୀବିକାକୁ ବିଏମସି କର୍ତ୍ତୁପକ୍ଷ ହେୟଜ୍ଞାନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଦୋଛକିରେ କେବୁଲ ଅପରେଟର ଜୀବନ ଜୀବିକା

ଶୁକ୍ରବାର ସମୟ ସକାଳ ୧୧ ଟା, ବିଏମସି କାର୍ଯ୍ୟାଳୟରେ ଶତାଧିକ କେବୁଲ ଅପରେଟର ଆସି କମିଶନରଙ୍କୁ ଅପେକ୍ଷା କରିଥିଲେ । କେବୁଲ ଅପରେଟରଙ୍କ ଅଭିଯୋଗ ଥିଲା ଭୁବନେଶ୍ବର ମହାନଗର ନିଗମ ଉତ୍ତର ଜୋନ ଅଞ୍ଚଳରେ ଜୟଦେବ ବିହାର ଛକ ଠାରୁ ନାଲୋକ ଛକ ପର୍ଯ୍ୟନ୍ତ ଗତକାଲି ଠାରୁ କେବୁଲ ଲାଇନ କାଟିଦେଇଛି ବିଏମସି । ଯାହା ଫଳରେ ୭୦,୦୦୦ କେବଲ ଟିଭି ଏବଂ ୧୦,୦୦୦ ଇଣ୍ଟରନେଟ ବ୍ୟବସ୍ଥା ଠପ ହୋଇଯାଇଛି ।

ଦୀର୍ଘ ୨୦ ବର୍ଷ ହେଲା ଭୁବନେଶ୍ବରରେ କେବୁଲ ବ୍ୟବସାୟ ଚାଲିଛି । ରାଜ୍ୟରେ ୧୦,୦୦୦ କେବଲ ଅପରେଟର ଥିବାବେଳେ ଭୁବନେଶ୍ବରରେ ୩୦୦ କେବଲ ଅପରେଟର ଅଛନ୍ତି । ସରକାର ଇଣ୍ଟରନେଟକୁ ପ୍ରାଧାନ୍ୟ ଦେଉଥିବା ବେଳେ କୌଣସି ବିକଳ୍ପ ବ୍ୟବସ୍ଥା ନକରି କନେକ୍ସନ କାଟିଦେଇଛି । ସହରର ସୌନ୍ଦର୍ଯ୍ୟକରଣ କରିବା ଆଳରେ ପେଟ ପାଟଣାକୁ ଲାତ ମାରୁଛନ୍ତି କତ୍ତୃପକ୍ଷ । ଆଗକୁ ଏହାର ସମାଧାନ ନହେଲେ ୩୦୦ ପରିବାର ନବୀନ ନିବାସ ଆଗରେ ଆତ୍ମାହୁତି ଦେବୁ ବୋଲି ଓଡିଶା କେବଲ ଅପରେଟର ଆସୋସିଏସନ ସଦସ୍ୟ ଦେବେନ୍ଦ୍ର ପାଣିଗ୍ରାହୀ କହିଛନ୍ତି ।

ସେପଟେ ଏ କଥାକୁ ଖଣ୍ଡନ କରିଛନ୍ତି ବିଏମସି କର୍ତ୍ତୁପକ୍ଷ । ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣରେ କେବୁଲ ବାଧା ସୃଷ୍ଟି କରୁଛି । ରାସ୍ତାର ମଧ୍ୟଭାଗରେ କେବୁଲ ଅସୁବିଧା ସୃଷ୍ଟି କରୁଛି । ତେଣୁ ଏହାକୁ କାଟି ଦିଆଯାଇଛି । ସ୍ମାର୍ଟସିଟିରେ ୨୮୦ କିମି ଡ୍ରାଫଟିଂ ସରିଛି ,ଅଣ୍ଡରଗ୍ରାଉଣ୍ଡ କେଵଲିଂ ଉପରେ ଗୁରୁତ୍ବ ଦିଆଯିବ । ଗତ ୨ ବର୍ଷ ହେବ ଭୁବନେଶ୍ବରରେ କେବଲ ବ୍ୟବସାୟୀ ମାନେ ଲାଇସେନ୍ସ ନବୀକରଣ କରିନାହାନ୍ତି । ତେବେ ସେମାନଙ୍କୁ ସମାଧାନ ବାଟ ନେଇ ପୁଣି ବୈଠକ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details