ଓଡିଶା

odisha

By

Published : Oct 19, 2021, 9:04 PM IST

ETV Bharat / city

ବେଆଇନ ବାଲି ଚାଲାଣ ଘଟଣାରେ ଜୟଦେବ ନିର୍ବାଚନ ମଣ୍ଡଳୀ ବୁଲିଲେ ସାଂସଦ

ବେଆଇନ ବାଲି ଚୋରା ଚାଲାଣ ରୋକିବାରେ ଫେଲ୍ ମାରିଛି ଜିଲ୍ଲା ପ୍ରଶାସନ । ଏହି ଘଟଣାରେ ବାରମ୍ବାର ଅଭିଯୋଗ ପରେ ଅଞ୍ଚଳ ବୁଲି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କଲେ ସାଂସଦ । ଅଧିକ ପଢନ୍ତୁ...

ବେଆଇନ ବାଲି ଚାଲାଣ ଘଟଣାରେ ଜୟଦେବ ନିର୍ବାଚନ ମଣ୍ଡଳୀ ବୁଲିଲେ ସାଂସଦ
ବେଆଇନ ବାଲି ଚାଲାଣ ଘଟଣାରେ ଜୟଦେବ ନିର୍ବାଚନ ମଣ୍ଡଳୀ ବୁଲିଲେ ସାଂସଦ

ଭୁବନେଶ୍ବର: ଆକ୍ସନ ମୋଡରେ ସାଂସଦ । ଭୁବନେଶ୍ବରସ୍ଥିତ ଜୟଦେବ ନିର୍ବାଚନ ମଣ୍ଡଳୀରେ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲେ ସାଂସଦ । ଏହି ଘଟଣାରେ ଅଞ୍ଚଳରେ ବାରମ୍ବାର ବେଆଇନ ବାଲି ଚାଲାଣ ଘଟଣାରେ ଆଜି(ମଙ୍ଗଳବାର) ସିଧା ସଳଖ ଜନସାଧାରଣଙ୍କ ଅନୁରୋଧ କ୍ରମେ ସମସ୍ୟା ପଚାରି ବୁଝିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସମାଧାନ ପାଇଁ ପ୍ରୟାସ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ବେଆଇନ ବାଲି ଚାଲାଣ ଘଟଣାରେ ଜୟଦେବ ନିର୍ବାଚନ ମଣ୍ଡଳୀ ବୁଲିଲେ ସାଂସଦ

ସୂଚନାନୁସାରେ ଏହି ବେଆଇନ ବାଲି ଚୋରା ଚାଲାଣ ଘଟଣାରେ ଆଲୋଚନା ନେଇ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଥିବା ସହ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କ୍ଷୟକ୍ଷତି ଏବଂ ଧନ ଜୀବନ ନଷ୍ଟ ହେଉଥିବା ନେଇ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଜନ ସାଧାରଣ ସାଂସଦଙ୍କ ନିକଟରେ ଅବଗତ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details