ଭୁବନେଶ୍ବର: ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।
ଆଜି ‘ରନ ଫର ୟୁନିଟି’ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାଜିତା ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅପରାଜିତା କହିଛନ୍ତି ରାଜ୍ୟ ସରକାର ୨୦ ବର୍ଷ ଶାସନ କଲା ପରେ ମଧ୍ୟ 5Tକଣ ଆବଶ୍ୟକତା ପଡିଲା ବୋଲି ପ୍ରଶ୍ନ କରିଛନ୍ତି । ପୂର୍ବରୁ ଏହା କ’ଣ ଆମ ବ୍ୟବସ୍ଥାରେ ନଥିଲା କି ?
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର ଏହାସହ ସେ କହିଛନ୍ତି 5T ଏକ ଅଭିନବ ପଦକ୍ଷେପ ନୁହେଁ । ଏହା ବହୁତ ପୁରୁଣା କଥା । ସେ ଆଇଏଏସ ତାଲିମ ନେବା ସମୟରେ 5Tର ତାଲିମ ଦିଆଯାଉଥିଲା । କିନ୍ତୁ 5T କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରିବା ଦ୍ବାରା ଏହା ଯେଉଁ ବିଭାଗରେ କାର୍ଯ୍ୟକାରୀ ହେଉଛି ସେହି ବିଭାଗର ମନ୍ତ୍ରୀ ସଚିବଙ୍କୁ ଦୁର୍ବଳ କରିବ । ଏହା ଠିକ ନୁହେଁ ତାଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡା କରିଛି ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ