ଓଡିଶା

odisha

ETV Bharat / city

ସିନ୍ଧିଆଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅପରାଜିତା - ସିନ୍ଧିଆଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅପରାଜିତା

ଦିଲ୍ଲୀରେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ। ଅଧିକ ପଢନ୍ତୁ...

Bhubaneswar mp Aparajita thanks to union civil aviation minister Jyotiraditya scindia
ସିନ୍ଧିଆଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅପରାଜିତା

By

Published : Oct 18, 2021, 7:05 PM IST

ଭୁବନେଶ୍ବର:କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ନିକଟରେ ଭୁବନେଶ୍ବରରୁ ନୂତନ ବିମାନ ଚଳାଚଳ ନେଇ ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ।

ସିନ୍ଧିଆଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅପରାଜିତା

ସୋମବାର ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଦିଲ୍ଲୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଭୁବନେଶ୍ବରବାସୀଙ୍କ ପକ୍ଷରୁ ସେ ଭୁବନେଶ୍ବରରୁ ଜୟପୁର ଏବଂ ଭୁବନେଶ୍ବରରୁ ଗୋଆ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ଚଳାଚଳ ପାଇଁ ଅନୁମତି ପାଇଁ ଧନ୍ୟବାଦ ଜଣାଇଛନ୍ତି। ଯଥାକ୍ରମେ 2 ନଭେମ୍ବର ଏବଂ 1 ଡିସେମ୍ବର, 2021 ମଧ୍ୟରେ ଏହା କାର୍ଯ୍ୟକାରୀ ହେବ। ଏହା ସହିତ ଅପରାଜିତା କେନ୍ଦ୍ରମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଟ୍ବିଟରେ ଅପରାଜିତା କହିଛନ୍ତି ଯେ ଯେହେତୁ ଭୁବନେଶ୍ବର ପୂର୍ବ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ସହର ତେଣୁ ଯୋଗାଯୋଗ କ୍ଷେତ୍ରରେ ଏଠାରେ ବିକାଶର ଆବଶ୍ୟକତା ରହିଛି । ଏହା ସହ ଭୁବନେଶ୍ବରରୁ ଜମ୍ମୁ, ଗୌହାଟିକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି। କାରଣ ରାଜ୍ୟବାସୀ ଏନେଇ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details