ଭୁବନେଶ୍ୱର :ସାଂସଦ ଅପରାଜିତା ଷଢଙ୍ଗୀ ଅନ୍ନପୂର୍ଣ୍ଣାର ଲୋକାର୍ପଣ କରିଛନ୍ତି । ପାଞ୍ଚଟି ସ୍ଵେଚ୍ଛାସେବୀ ସଂଘଠନ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିବେ । କ୍ଷୁଦାମୁକ୍ତ ଓଡିଶା ପରିକଳ୍ପନା ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭୋକ ଉପବାସରେ ରହୁଥିବା ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇବ ଏହି ଅନ୍ନପୂର୍ଣ୍ଣା ସଂସ୍ଥା ।
ଏଥିରେ ଭୁବନେଶ୍ୱରରେ ଆସନ୍ତାକାଲି ଠାରୁ ଖାଦ୍ୟ ବଣ୍ଟନ କରାଯିବ । ଏଥିପାଇଁ ୭ ଶହରୁ ଅଧିକ ଲୋକଙ୍କୁ ସର୍ଭେ ମାଧ୍ୟମରେ ଚିହ୍ନଟ କରାଯାଇଛି । ୨୦୨୦ରେ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା । ମୁଖ୍ୟତଃ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ଏବଂ ବସ୍ତି ମାନଙ୍କରେ ଥିବା ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ । ଏହାପରେ ବିଭିନ୍ନ ଜିଲ୍ଲା ଓ ସମ୍ପୂର୍ଣ୍ଣ ରାଜ୍ୟକୁ ଏହି କାର୍ଯ୍ୟକ୍ରମ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ।