ଓଡିଶା

odisha

By

Published : Jan 4, 2021, 3:18 PM IST

Updated : Jan 4, 2021, 7:03 PM IST

ETV Bharat / city

ମାହାଙ୍ଗା ହତ୍ୟାକାଣ୍ଡ: କେନ୍ଦ୍ର ସରକାରଙ୍କୁ ଜଣାଇ 15 ଦିନ ଭିତରେ ଉତ୍ତର ଦେବେ ଅପରାଜିତା

ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ କହିଛନ୍ତି ଯେ, ମାହାଙ୍ଗାରେ ଜଘନ୍ୟ ଅପରାଧ ଘଟିଛି । ଆମେ ସମସ୍ତେ ଆଶ୍ଚର୍ଯ୍ୟ ଜଗନ୍ନାଥଙ୍କ ରାଜ୍ୟରେ ଏଭଳି ଅପରାଧ କେମିତି ଘଟିଲା ।

ମାହାଙ୍ଗା ହତ୍ୟାକାଣ୍ଡରେ ପ୍ରତିକ୍ରିୟା ଦେଲେ ଅପରାଜିତା
ମାହାଙ୍ଗା ହତ୍ୟାକାଣ୍ଡରେ ପ୍ରତିକ୍ରିୟା ଦେଲେ ଅପରାଜିତା

ଭୁବନେଶ୍ବର: ମାହାଙ୍ଗାରେ ହୋଇଥିବା ବିଜେପି କର୍ମୀଙ୍କ ହତ୍ୟାକାଣ୍ଡକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଢଙ୍ଗୀ । ସେ କହିଛନ୍ତି ଯେ, ମାହାଙ୍ଗାରେ ଜଘନ୍ୟ ଅପରାଧ ଘଟିଛି । ଆମେ ସମସ୍ତେ ଆଶ୍ଚର୍ଯ୍ୟ ଜଗନ୍ନାଥଙ୍କ ରାଜ୍ୟରେ ଏଭଳି ଅପରାଧ କେମିତି ଘଟିଲା ।

ରାଜ୍ୟରେ 17ଟି ରାଜନୈତିକ ହତ୍ୟାକାଣ୍ଡ ଘଟିଛି ବୋଲି ସେ କହିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ 14ଜଣ କର୍ମୀଙ୍କୁ ହତ୍ୟା ହୋଇଛି। ଲୋକସଭା ବିଧାନସଭା ନିର୍ବାଚନରେ ମୋ ନିର୍ବାଚନ ମଣ୍ଡଳୀର ଜଣେ କର୍ମୀଙ୍କୁ୍ ହତ୍ୟା କରାଗଲା । ନିର୍ବାଚନ ଜିତିବା ପାଇଁ ଶାସକ ଦଳ ପାୱାର ପାଇଁ ହତ୍ୟାକାଣ୍ଡ ଭିଆଉଛନ୍ତି ବୋଲି କହିଛନ୍ତି ସାଂସଦ ଅପରାଜିତା ।

ମାହାଙ୍ଗା ହତ୍ୟାକାଣ୍ଡରେ ପ୍ରତିକ୍ରିୟା ଦେଲେ ଅପରାଜିତା

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରକୃତ ଦୋଷୀକୁ ଧରିବା ଓ ଚାର୍ଜସିଟ ଦାଖଲରେ ବିଫଳ ହୋଇଛି । ତେଣୁ ଗୃହବିଭାଗ କାହା ନିର୍ଦ୍ଦେଶରେ ପରିଚାଳିତ ତାହା ଆମେ ଜାଣିଛୁ । ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ବିଭାଗ କ'ଣ ଏଯାଁଏ ସକ୍ରିୟ ହୋଇନି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମାହାଙ୍ଗାରେ ହତ୍ୟାକାଣ୍ଡ ଘଟିଛି ।

ବିଭିନ୍ନ କେନ୍ଦ୍ରୀୟ ଯୋଜନାର ନାଁକୁ ହଡପ କରିବାକୁ ରାଜ୍ୟରେ ଉଦ୍ୟମ କରାଯାଉଛି । ଏନେଇ ମୁଁ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରିବି । ଓଡିଶା କ'ଣ ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି କି ? ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜନୈତିକ ହତ୍ୟାକାଣ୍ଡର ଶିକାର ହୋଇଥିବା ସମସ୍ତ 17 କେସରେ ବର୍ତ୍ତମାନର ସ୍ଥିତି କ'ଣ ତାର ଅନୁସନ୍ଧାନ କରି 15 ଦିନ ଭିତରେ ଓଡିଶାବାସୀଙ୍କୁ ଜଣାଇବି ବୋଲି କହିଛନ୍ତି ଅପରାଜିତା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 4, 2021, 7:03 PM IST

ABOUT THE AUTHOR

...view details