ଓଡିଶା

odisha

By

Published : Dec 17, 2021, 12:39 PM IST

ETV Bharat / city

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ । ନିଜ ନିର୍ବାଚନ ମଣ୍ଡଳୀରେ ଅଣ୍ଡର ବାଇପାସ୍ ଏବଂ ଫ୍ଲାଏ ଓଭର ପାଇଁ କଲେ ଅନୁରୋଧ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ସାଂସଦ ଅପରାଜିତା
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ବର:କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଗୁରୁବାର ଦିଲ୍ଲୀ ଠାରେ ଭୁବନେଶ୍ବର ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ସାକ୍ଷାତକାର ଅବସରରେ ଉଭୟ ମଧ୍ୟରେ ବହୁ ଆଲୋଚନା ହୋଇଛି । ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଅଣ୍ଡର ବାଇପାସ୍ ଏବଂ ଫ୍ଲାଏ ଓଭର ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏନେଇ ସେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ଏହି ବାଇପାସ୍ ଏବଂ ଫ୍ଲାଏ ଓଭର ଲାଗି ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା । ଶେଷରେ ଏହାର ନିର୍ମାଣ ପାଇଁ ସାଂସଦ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି ଏବଂ ଏହା କେବଳ ତାଙ୍କର ନୁହେଁ ସାରା ଓଡିଶାବାସୀଙ୍କ ଅନୁରୋଧ ବୋଲି ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ମଧ୍ୟ ସବୁପ୍ରକାର ସହଯୋଗ ଏବଂ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସହଯୋଗ ପାଇଁ ସାଂସଦ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details