ଭୁବନେଶ୍ବର: ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଆଜି ହେଉଛି ଜନ୍ମଦିନ । 1969 ମସିହା ଅକ୍ଟୋବର 8 ତାରିଖରେ ବିହାରର ଭାଗଲପୁର ଠାରେ ଜନ୍ମଗ୍ରହଣ କରିଥିବା ଅପରାଜିତା ଆଜି 52 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପ୍ରଶାସନିକ ଅଧିକାରୀ ରୁ ନେତା ହୋଇଥିବା ଅପରାଜିତା 2018 ମସିହାରେ ରାଜନୀତିରେ ଯୋଗଦେବା ସହ 2019 ସାଧାରଣ ନିର୍ବାଚନରେ ଭାଗ ନେଇ ଭୁବନେଶ୍ୱର ର ସାଂସଦ ଆସନରେ ବସିଥିଲେ ।
ସମର୍ଥକଙ୍କ ସହ ଜନ୍ମଦିନ ପାଳିଲେ ଅପରାଜିତା - ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ
ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଆଜି ହେଉଛି ଜନ୍ମଦିନ । 1969 ମସିହା ଅକ୍ଟୋବର 8 ତାରିଖରେ ବିହାରର ଭାଗଲପୁର ଠାରେ ଜନ୍ମଗ୍ରହଣ କରିଥିବା ଅପରାଜିତା ଆଜି 52 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଅଧିକ ପଢନ୍ତୁ...
![ସମର୍ଥକଙ୍କ ସହ ଜନ୍ମଦିନ ପାଳିଲେ ଅପରାଜିତା bhubaneswar-mp-aparajita-sarangi-celebrated-her-birthday-with-supporters](https://etvbharatimages.akamaized.net/etvbharat/prod-images/768-512-9097631-thumbnail-3x2-aparajirta.jpg)
bhubaneswar-mp-aparajita-sarangi-celebrated-her-birthday-with-supporters
ସମର୍ଥକଙ୍କ ସହ ଜନ୍ମଦିନ ପାଳିଲେ ଅପରାଜିତା
ତେବେ ନିକଟରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ପଦରେ ଓହ୍ଲାଇଛନ୍ତି ଅପରାଜିତା । ଏଥର ତାଙ୍କ ଜନ୍ମଦିନରେ ଶୁଭେଛୁ ବହୁ ଭିଡ଼ ଦେଖିବାକୁ ମିଳିଛି । ସ୍ଥାନୀୟ ପଳାଶପଲ୍ଲୀ ଅଞ୍ଚଳରେ ଥିବା ବାସଭବନରେ ଏକାଧିକ ସମର୍ଥକଙ୍କ ଗହଣରେ ସାଂସଦ କେକ୍ କାଟି ଥିବା ବେଳେ ସେମାନଙ୍କ ଶୁଭକାମନା ଆଗକୁ ତାଙ୍କ ପ୍ରତି ଏହି ଭଳି ଭଲପାଇବା ଅତୁଟ ରହୁ ବୋଲି କହିଥିଲେ। ଏହା ସହିତ ସେ ଆଗାମୀ ଦିନରେ ଲୋକମାନଙ୍କ ପାଇଁ ଆହୁରି କାର୍ଯ୍ୟ କରି ଚାଲିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ