ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ତଥା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ । କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲା ପରେ ଅପରାଜିତା ଷଡଙ୍ଗୀ ଖୁସିବ୍ୟକ୍ତ କରିଛନ୍ତି ଏବଂ ନିଜର ପୁରୁଣା ଦିନକୁ ମନେପକାଇଛନ୍ତି ।
ଶନିବାର ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ୧୯୯୪ ବ୍ୟାଚ ଆଇଏଏସ ଅଫିସର ଭାବେ ଦୁହେଁ ଏକା ସମୟରେ ଚାକିରୀରେ ଯୋଗ ଦେଇଥିଲେ । ଉଭୟ ଓଡିଶା କ୍ୟାଡର ପ୍ରଶାସନିକ ଅଧିକାରୀ ଭାବରେ ନିଯୁକ୍ତ ପାଇଥିଲେ । ରେଳମନ୍ତ୍ରୀଙ୍କୁ ଭେଟିବା ସମୟରେ ନିଜ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ଅପରାଜିତା ଷଡଙ୍ଗୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଥିବା କଥାକୁ ମନେ ପକାଇଛନ୍ତି। ଏହା ସହ ଓଡିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରରେଳମନ୍ତ୍ରୀ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଓ ଓଡିଶା ପ୍ରତି ନିଜର ସମସ୍ତ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ବୋଲି ଅପରାଜିତା ଷଡଙ୍ଗୀ ଟ୍ବିଟ କରିଛନ୍ତି ।