ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନ ଦ୍ବିପ୍ରହରରେ ପିଲାଚୋରି । ଇମ୍ଫୋସିଟି ଥାନା ଅଞ୍ଚଳରୁ ପିଲା ଚୋରି ନେଇ ଅଭିଯୋଗ ହୋଇଥିଲା । ତେବେ ପାଞ୍ଚ ଦିନ ପରେ ଲିଙ୍ଗରାଜ ଥାନା ଅଞ୍ଚଳରୁ ଚୋରି ହୋଇଥିବା ପିଲାକୁ ଉଦ୍ଧାର କରାଯାଇଛି । ପିଲାଚୋରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଶୋକ ଦାସର ଘର ଖୋର୍ଦ୍ଧା ଜିଲ୍ଲାରେ । ରାଜଧାନୀରେ ବିଭିନ୍ନ ସ୍ଥାନରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା ଅଶୋକ । ନାବାଳିକାକୁ ଚୋରି କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଚାଇ ରଖିବା ପରେ ବିକ୍ରି ପାଇଁ ଯୋଜନା କରୁଥିଲା ।
ସୂଚନା ଅନୁଯାୟୀ, ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିର ଜଣେ ନାବାଳିକା ଖେଳୁଥିବା ସମୟରେ ଶନିବାର ଠାରୁ ନିଖୋଜ ହୋଇ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବାରୁ, ଥାନାରେ ଏତଲା ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗକୁ ପ୍ରଥମେ ହାଲୁକା ଭାବରେ ନେଇଥିଲା ପୋଲିସ । ମାତ୍ର ଅଭିଯୁକ୍ତ ଜଣକ ପିଲାଟିକୁ ନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ ।