ଓଡିଶା

odisha

ETV Bharat / city

ଫେରିଗଲା ବାତ୍ୟା ଅସାନି, ଏଥର 5ଦିନ ପୂର୍ବରୁ ଆସିପାରେ ମୌସୁମୀ - ଓଡିଶା ପାଣିପାଗ ନ୍ୟୁଜ

ବାତ୍ୟା ଅସାନି ଫେରିଯିବା ପରେ ଆଗାମୀ ମୌସୁମୀ ନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ । ଏଥର 5 ଦିନ ଆଗରୁ ମୌସୁମୀ ଆସିବା ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ

ଫେରିଗଲା ବାତ୍ୟା ଅସାନି, ଏଥର 5 ଦିନ ପୂର୍ବରୁ ଆସିପାରେ ମୌସୁମୀ
ଫେରିଗଲା ବାତ୍ୟା ଅସାନି, ଏଥର 5 ଦିନ ପୂର୍ବରୁ ଆସିପାରେ ମୌସୁମୀ

By

Published : May 12, 2022, 5:48 PM IST

Updated : May 12, 2022, 7:20 PM IST

ଭୁବନେଶ୍ବର: ବାତ୍ୟା ଅସାନି ଫେରିଯିବା ପରେ ଆଗାମୀ ମୌସୁମୀ ନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ । ମେ ୧୫ ତାରିଖ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ନେଇ ପୂର୍ବାନୁମାନ କରାଯାଇଛି । ସାଧାରଣତଃ ମେ ୨୦ ରେ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ହେଲେ ଏଥର ୫ ଦିନ ପୂର୍ବରୁ ଆସିବା ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ବିଶ୍ବାସ ।

ଏଥର 5ଦିନ ପୂର୍ବରୁ ଆସିପାରେ ମୌସୁମୀ

ସେ କହିଛନ୍ତି ଯେ, 'ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି । ବାୟୁ ପ୍ରବାହ ଶକ୍ତିଶାଳୀ ରହିଛି । ବାୟୁମଣ୍ଡଳ ଚାପରେ ତାରତମ୍ୟ ଯୋଗୁଁ ଦକ୍ଷିଣ ଗୋଲାର୍ଦ୍ଧରୁ ମୌସୁମୀ ବାୟୁ ଉତ୍ତର ଗୋଲାର୍ଦ୍ଧକୁ ପ୍ରବେଶ କରୁଛି । ଯାହା ଫଳରେ ମୌସୁମୀ ବାୟୁ ଶୀଘ୍ର ଆଣ୍ଡାମାନ ସାଗର ଛୁଇଁବ । ସାଧାରଣତଃ ଜୁନ ୧ ତାରିଖରେ କେରଳ ଓ ଜୁନ ୧୦ ରେ ମୌସୁମୀ ବାୟୁ ଓଡିଶାରେ ପ୍ରବେଶ କରେ । ହେଲେ ଏଥର ୫ ଦିନ ପୂର୍ବରୁ ମୌସୁମୀ ବାୟୁ ଆସିବ ବୋଲି ପୂର୍ବାନୁମାନ କରାଯାଉଛି ।'

ଅନ୍ୟପଟେ ବାତ୍ୟା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଫଳରେ ଓଡିଶା ଉପରେ ଏହାର କୌଣସି ପ୍ରଭାବ ଆଉ ରହିବ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ତେବେ ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ଦେଖିବାକୁ ମିଳିବ । ହେଲେ ବିଶେଷ ବର୍ଷା ହେବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪୨ ଡିଗ୍ରୀ ବା ଅଧିକ ରହିବା ସମ୍ଭାବନା ରହିଛି । ୧୫ ଓ ୧୬ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖୀ ସକ୍ରିୟ ରହିବା ନେଇ ନିର୍ଦ୍ଦେଶକ ବିଶ୍ବାସ ସୂଚନା ଦେଇଛନ୍ତି ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 12, 2022, 7:20 PM IST

ABOUT THE AUTHOR

...view details