ଭୁବନେଶ୍ବର: ଆଗକୁ ରାତିରେ ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଆସନ୍ତା ୨୪ ଘଣ୍ଟା ବୁଧବାର ମଧ୍ୟରେ କଳାହାଣ୍ଡି, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ସୋନପୁର, ରାୟଗଡା, ବୌଦ୍ଧ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡି ଦେଖା ଦେବାର ସମ୍ଭାବନା ରହିଛି ।
ଆଗକୁ ଖସିବ ପାରଦ, ବଢିବ ଶୀତ - ପାଣିପାଗ ଖବର ଓଡିଶା
ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବା ନେଇ ସୂଚନା ଦେିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିସହ ସ୍ଥାନେ ସ୍ଥାନେ ଘନ କୁହୁଡି ମଧ୍ୟ ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ...
ସେହିପରି ଭୁବନେଶ୍ୱରରେ ତାପମାତ୍ରା ୧୭ ଡିଗ୍ରୀ ଓ କଟକରେ ତାପମାତ୍ରା ୧୮ ଡିଗ୍ରୀ ପାଖାପାଖି ରହିବ ବୋଲି ଜଣାପଡିଛି । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ତାପମାତ୍ରା ୧୨ ରୁ ୧୪ ଡିଗ୍ରୀ ରହିବ ଏବଂ ଉପକୂଳରେ ୧୬ ରୁ ୧୯ ଡିଗ୍ରୀ ରହିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ ଗତ ୨୪ ଘଣ୍ଟା ଭିତରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସୋନପୁରରେ ୮.୨, ଭବାନୀପାଟଣାରେ ୧୦.୨, କୋରାପୁଟରେ ୧୦.୮ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୧୭.୨, କଟକରେ ୧୬.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ