ବାତ୍ୟାର ରୂପ ନେଇପାରେ ଲଘୁଚାପ, ଆସନ୍ତା 24 ଘଣ୍ଟାରେ ବଜ୍ରପାତ ସହ ବର୍ଷା - ଓଡ଼ିଶା ପାଣିପାଗ ଖବର
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ପ୍ରାନ୍ତରୁ ଫେରିବାରେ ଲାଗିଛି । ସେପଟେ ଅକ୍ଟୋବର 10 ତାରିଖ ବେଳକୁ ପଶ୍ଚିମ ଓ ଉତ୍ତର ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ...
ଆସନ୍ତା 24 ଘଣ୍ଟାରେ ବଜ୍ରପାତ ସହ ବର୍ଷା ପୂ୍ର୍ବାନୁମାନ
ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ଦେଶର ବିଭିନ୍ନ ପ୍ରାନ୍ତରୁ ଫେରିବାରେ ଲାଗିଛି । ସେପଟେ ଅକ୍ଟୋବର 10 ତାରିଖ ବେଳକୁ ପଶ୍ଚିମ ଉତ୍ତର ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପରବର୍ତ୍ତୀ 4ରୁ 5 ଦିନରେ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ତେବେ ବାତ୍ୟାର ରୂପ ନେଲା ପରେ ଏହା ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁ ପାରେ।