ଓଡିଶା

odisha

By

Published : Apr 4, 2022, 9:02 PM IST

ETV Bharat / city

ତତଲା କଡେଇ ପାଲଟିଲା ବଲାଙ୍ଗୀର ! ଆସନ୍ତା ୩ଦିନ ମଧ୍ୟରେ ହାଲୁକା ବର୍ଷା ସମ୍ଭାବନା

ପ୍ରବଳ ତାତିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି । କାରଣ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ହାଲୁକା ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବଲାଙ୍ଗୀରରେ ତାପମାତ୍ରା ୪୨ ଡିଗ୍ରୀ ପାର୍‌, ଆସନ୍ତା ୩ ଦିନ ହାଲୁକା ବର୍ଷା ସମ୍ଭାବନା
ବଲାଙ୍ଗୀରରେ ତାପମାତ୍ରା ୪୨ ଡିଗ୍ରୀ ପାର୍‌, ଆସନ୍ତା ୩ ଦିନ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର:ପ୍ରବଳ ତାତିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି । କାରଣ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ହାଲୁକା ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏକ ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି ।

ଆସନ୍ତାକାଲି(ମଙ୍ଗଳବାର) ସକାଳ ୮ଟା ୩୦ ମିନିଟ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡା ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଏପ୍ରିଲ ୭ ତାରିଖ ସକାଳ ଯାଏଁ ଏଭଳି ସ୍ଥିତି ଲାଗି ରହିବ । ତେବେ ଉପକୂଳ ଓଡ଼ିଶାରେ ପାଗ ପ୍ରାୟତଃ ଶୁଖିଲା ଓ କୋହଲା ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବଲାଙ୍ଗୀରରେ ତାପମାତ୍ରା ୪୨ ଡିଗ୍ରୀ ପାର୍‌, ଆସନ୍ତା ୩ ଦିନ ହାଲୁକା ବର୍ଷା ସମ୍ଭାବନା

ଆସନ୍ତା ୫ ଦିନ ଯାଏଁ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅପରିବର୍ତ୍ତିତ ରହିବା । ସ୍ବାଭାବିକ ତାପମାତ୍ରାରୁ ୨ରୁ ୩ ଡିଗ୍ରୀ ପାରଦ ଉପରେ ରହିବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ୮ଟି ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

୪୨.୬ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ତା ପଛକୁ ଟିଟିଲାଗଡ଼ରେ ତାପମାତ୍ରା ୪୨.୫ ଡିଗ୍ରୀ ରହିଥିଲା । ବୌଦ୍ଧରେ ମଧ୍ୟ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରହିଥିଲା । ତା ସହିତ ଝାରସୁଗୁଡ଼ାରେ ୪୦.୮ ଡିଗ୍ରୀ ତାପମାତ୍ରା, ସୋନପୁର ଓ ଭବାନୀପାଟଣାରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ ରହିଥିଲା । ସମ୍ବଲପୁରରେ ୪୦.୧ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୁନ୍ଦରଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details