ଓଡିଶା

odisha

ETV Bharat / city

ପୂଜା ମଣ୍ଡପ ବୁଲିଲେ ମେୟର, ସ୍ୱଚ୍ଛତା ଓ ଖାଦ୍ୟର ମାନ ପରଖିଲେ - ପୂଜା ମଣ୍ଡପ ବୁଲିଲେ ମେୟର

ସ୍ୱଚ୍ଛତା ଓ ଖାଦ୍ୟର ମାନ ପରଖିବାକୁ ପୂଜା ମଣ୍ଡପ ବୁଲିଲେ ଭୁବନେଶ୍ୱର ମେୟର । ରାଜଧାନୀ ଭୁବନେଶ୍ୱରରେ ମାଙ୍କ ପୂଜାକୁ ନେଇ ସବୁଠି ଲାଗିଛି ପୂଜାର୍ଚ୍ଚନା ଓ ଭକ୍ତଙ୍କ ଭିଡ। ଆଉ ଏହି ଭିଡ ଭିତରେ ଲୋକଙ୍କ ଗହଳିକୁ ନେଇ ପୂଜା ମଣ୍ଡପରେ ମେଳା ସହ ଖାଦ୍ୟର ପସରା ଜମିଛି । ଅଧିକ ପଢନ୍ତୁ

ପୂଜା ମଣ୍ଡପ ବୁଲିଲେ ମେୟର, ସ୍ୱଛତା ଓ ଖାଦ୍ୟର ମାନ ପରଖିଲେ
ପୂଜା ମଣ୍ଡପ ବୁଲିଲେ ମେୟର, ସ୍ୱଛତା ଓ ଖାଦ୍ୟର ମାନ ପରଖିଲେ

By

Published : Oct 4, 2022, 10:55 PM IST

ଭୁବନେଶ୍ବର: ସ୍ୱଚ୍ଛତା ଓ ଖାଦ୍ୟର ମାନ ପରଖିବାକୁ ପୂଜା ମଣ୍ଡପ ବୁଲିଲେ ଭୁବନେଶ୍ୱର ମେୟର । ରାଜଧାନୀ ଭୁବନେଶ୍ୱରରେ ମାଙ୍କ ପୂଜାକୁ ନେଇ ସବୁଠି ଲାଗିଛି ପୂଜାର୍ଚ୍ଚନା ଓ ଭକ୍ତଙ୍କ ଭିଡ । ଆଉ ଏହି ଭିଡ ଭିତରେ ଲୋକଙ୍କ ଗହଳିକୁ ନେଇ ପୂଜା ମଣ୍ଡପରେ ମେଳା ସହ ଖାଦ୍ୟର ପସରା ଜମିଛି ।

ଆଉ ଲୋକଙ୍କ ଭିଡ ଥିବାରୁ ଏହି ସବୁ ଭିଡ ସ୍ଥାନରୁ ଅନେକ ଲୋକ ଖାଦ୍ୟ ଖାଇଥାନ୍ତି । ଆଉ ଏହାର ଫାଇଦା ନେଇଥାନ୍ତି ବ୍ୟବସାୟୀ । ଲୋକଙ୍କୁ ଅପମିଶ୍ରଣ ଓ ରଙ୍ଗଯୁକ୍ତ ଖାଦ୍ୟ ଦେଇଥାନ୍ତି । ତେଣୁ ଲୋକଙ୍କୁ ଦିଆଯାଉଥିବା ଖାଦ୍ୟ ହାଇଜେନିକ ବା ସ୍ୱାସ୍ଥ୍ୟକର କି ନୁହେଁ ଏନେଇ ରଜଧାନୀର ସବୁ ମଣ୍ଡପକୁ ବୁଲିଲେ ଭୁବନେଶ୍ୱର ମେୟର । ଆଉ ସାଙ୍ଗରେ ଥିଲେ ଫୁଡ ଇନିସ୍ପେକଟର ଓ ବିଭିନ୍ନ ବିଭାଗର ଅଧିକାରୀ ।

ସମସ୍ତଙ୍କୁ ସାଥିରେ ଧରି ଭୁବେନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ । ସେଠି ଥିବା ଦୋକାନରେ ଦିଆଯାଉଥିବା ଖାଦ୍ୟର ମାନ ପରଖିଥିଲେ । ଏହାସହ ପୂଜା ମଣ୍ଡପ ସମେତ ଦୋକାନ ଗୁଡିକରେ ସ୍ୱଚ୍ଛତାକୁ ପରଖିଥିଲେ । ଆଉ ସ୍ୱଚ୍ଛତା ନେଇ ଦୋକାନୀ ମାନକୁ ତାଗିଦ କରିଛନ୍ତି । ଆଉ ସଚେତନତା ରହିବା ସହ ସମସ୍ତଙ୍କୁ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ମେୟର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details