ଭୁବନେଶ୍ବର: ବର୍ତ୍ତମାନ ବର୍ଷା ଦିନ ଚାଲିଛି । ବିଭିନ୍ନ ସ୍ଥାନରେ ପାଣି ଜମିବା କାରଣରୁ ଡେଙ୍ଗୁ ଆଶଙ୍କା ବୃଦ୍ଧି ପାଉଛି । ରାଜଧାନୀ ଭୁବନେଶ୍ବରରେ ଏବେ ବି ଡେଙ୍ଗୁ ପାଦୁର୍ଭାବ ରହିଛି । ତେଣୁ ଡେଙ୍ଗୁ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି, ''ଡେଙ୍ଗୁର ନିରାକରଣ ପାଇଁ ବିଏମସି ପକ୍ଷରୁ ଧୂଆଁ ଓ ତେଲ ସିଞ୍ଚନ ହେଉଛି । ଡୋର ଟୁ ଡୋର ଯାଇ ଲୋକଙ୍କୁ ସଚେତନ କରାଯାଉଛି । ଏହାସହିତ ପରିମଳ ବା ସଫେଇ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।''
କେବଳ ଏତିକି ନୁହେଁ, ଗୁରୁବାର ଓ ରବିବାର ଦୁଇ ଦିନ ଡେଙ୍ଗୁର ବଂଶ ବିସ୍ତାର ରୋକିବା ପାଇଁ ଡ୍ରାଏ ଡେ ପାଳନ କରାଯାଉଛି । ତଥାପି କେଉଁଠି ନା କେଉଁଠି ପରିମଳରେ କମ ରହୁଛି ସମ୍ପୂର୍ଣ୍ଣ ରାଜଧାନୀବାସୀଙ୍କୁ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ସହ ଡ୍ରାଏ ପାଳନ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର । ଆମେ ରହିଲେ ସଚେତନ, ଡେଙ୍ଗୁ ନେବା ନାହିଁ ଆମ ଜୀବନ ବୋଲି ମେୟର କହିଛନ୍ତି ।