ଓଡିଶା

odisha

ଜୀବନ ଜୀବିକାକୁ ନେଇ ଦୁଃଖ ପ୍ରକାଶ କଲା ମାର୍କେଟ ବିଲ୍ଡିଂ ଉଠାଦୋକାନୀ ସଂଘ

By

Published : Jan 8, 2022, 7:15 AM IST

ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପ୍ରସଙ୍ଗ ଜୀବନ ଜୀବିକାକୁ ନେଇ ଦୁଃଖ ପ୍ରକାଶ କଲା ସଂଘ । ଅଧିକ ପଢନ୍ତୁ

ଜୀବନ ଜୀବିକାକୁ ନେଇ ଦୁଃଖ ପ୍ରକାଶ କଲା ଉଠାଦୋକାନୀ ସଂଘ
ଜୀବନ ଜୀବିକାକୁ ନେଇ ଦୁଃଖ ପ୍ରକାଶ କଲା ଉଠାଦୋକାନୀ ସଂଘ

ଭୁବନେଶ୍ବର: ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପ୍ରସଙ୍ଗ ଜୀବନ ଜୀବିକାକୁ ନେଇ ଦୁଃଖ ପ୍ରକାଶ କଲା ସଂଘ। ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ମାର୍କେଟ ବିଲ୍ଡିଂକୁ ମଙ୍ଗଳବାର ଠାରୁ ବନ୍ଦ କରାଯାଇଥିଲା । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଥିଲା ମାର୍କେଟ। ହେଲେ ଆଜି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବିଏମସି କାର୍ଯ୍ୟଳୟ ଘେରାଉ ପରେ ଖୋଲିଛି ମାର୍କେଟ ବିଲ୍ଡିଂ।

ଜୀବନ ଜୀବିକାକୁ ନେଇ ଦୁଃଖ ପ୍ରକାଶ କଲା ଉଠାଦୋକାନୀ ସଂଘ


ଏତଦ୍ବାରା ଉଠାଦୋକାନୀଙ୍କ ପ୍ରବେଶକୁ ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ ବାରଣ କରାଯାଇଛି। ଏହା ସେମାନଙ୍କ ପେଟାରେ ଲାତ ମାରିଛି। ବଞ୍ଚିବା ରାହାକୁ ଛଡେଇ ନେଇଛି। ତେଣୁ ବିଏମସିର ଏହି ନିଷ୍ପତିକୁ ଦୁଃଖଦାୟକ ବୋଲି କହିଛନ୍ତି ଉଠାଦୋକାନୀ ସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ । କାରଣ ଉଠାଦୋକାନୀଙ୍କୁ ଥଇଥାନ ନ କରି ଏଭଳି ଉଠେଇଦବା ଅର୍ଥ ସେମାନଙ୍କ ପେଟରେ ଲାତ ମାରିବା । ତେବେ ଏଭଳି ନିଷ୍ପତି ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଥିବା ବେଳେ ଏହା ଉଠାଦୋକାନୀଙ୍କ ସୁରକ୍ଷା ପାଇଁ ଥିବା ଆଇନକୁ ଉଲଘଂନ କରୁଛି । ତେଣୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ସ୍ୱାର୍ଥକୁ ନଜରରେ ରଖି ଯେଉଁ ଅଧିକାରୀମାନେ ଏଭଳି ନିଷ୍ପତି ନେଇଛନ୍ତି ସେମାନଙ୍କୁ ଗିରଫ କରାଯାଉ କହିଛି ଉଠାଦୋକାନୀ ସଂଘ ।

ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ସେମାନଙ୍କ ବହିଷ୍କାର ମଧ୍ୟ ଦାବି କରିଛି ସଂଘ । ଯଦି ଆଗାମୀ ଦିନରେ ଏହି ନିଷ୍ପତି ବଳବତ୍ତର ରୁହେ ଆଉ ଉଠାଦୋକାନୀକୁ ବ୍ୟବସାୟ ପାଇଁ ସ୍ଥାନ ନମିଳେ ତେବେ ଆଗାମୀ ଦିନରେ ଉଠାଦୋକାନୀ ସଂଘ ମଧ୍ୟ ବିଏମସି କାର୍ଯ୍ୟାଳୟ ଘେରିବ ବୋଲି ଚେତାବନୀ ଦେଇଛି ସଂଘ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

...view details