ଭୁବନେଶ୍ବର : ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ବିବାଦରେ ପଡିଲା ପୁର୍ଣ୍ଣଛେଦ । ଆଜିଠାରୁ(ଶୁକ୍ରବାର) ଖୋଲିଲା ଭୁବନେଶ୍ୱର ୟୁନିଟ ୨ରେ ଥିବା ମାର୍କେଟ ବିଲ୍ଡିଂ । ବିଏମସିର ଲିଖିତ ପ୍ରତିଶୃତି ମିଳିବା ପରେ ବନ୍ଦ ଥିବା ମାର୍କେଟ ବିଲ୍ଡିଂ ଆଜିଠାରୁ ସ୍ୱାଭାବିକ ହୋଇଛି । ବିଏମସି ଅତିରିକ୍ତି କମିଶନରଙ୍କ ସହ ଆଲଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବାକୁ ନେଇ ସୂଚନା ଦେଲେ ସେଣ୍ଟ୍ରାଲ ମାର୍କେଟ ଆସସିଏସନର ସଭାପତି।
ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ମାର୍କେଟ ବିଲ୍ଡିଂକୁ ମଙ୍ଗଳବାର ଠାରୁ ବନ୍ଦ କରାଯାଇଥିଲା । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଥିଲା ମାର୍କେଟ।