ଓଡିଶା

odisha

ETV Bharat / city

ପୁଚି ଖେଳି କୁମାର ପୂର୍ଣ୍ଣିମା ପାଳିଲେ ରାଜଧାନୀ କୁଆଁରୀ - କୁଆଁର ପୁନେଇ ପାଳିଲେ ରାଜଧାନୀ କୁଆଁରୀ

ଆଜି କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା। କୁମାରୀମାନେ ଦେବତାଙ୍କ ମଧ୍ୟରେ ସର୍ବାର୍ଣ୍ଣ ସୁନ୍ଦର କାର୍ତ୍ତିକଙ୍କ ଭଳି ବର ପ୍ରାପ୍ତ ପାଇଁ ଏହି ପୂଜା କରାଯାଉଥିବା କୁହାଯାଏ। ଅଧିକ ପଢନ୍ତୁ...

ପୁଚି ଖେଳି କୁମାର ପୂର୍ଣ୍ଣିମା ପାଳିଲେ ରାଜଧାନୀ କୁଆଁରୀ
ପୁଚି ଖେଳି କୁମାର ପୂର୍ଣ୍ଣିମା ପାଳିଲେ ରାଜଧାନୀ କୁଆଁରୀ

By

Published : Oct 31, 2020, 10:10 PM IST

ଭୁବନେଶ୍ୱର: ଆଜି କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା। କୁମାରୀମାନେ ଦେବତାଙ୍କ ମଧ୍ୟରେ ସର୍ବାର୍ଣ୍ଣ ସୁନ୍ଦର କାର୍ତ୍ତିକଙ୍କ ଭଳି ବର ପ୍ରାପ୍ତ ପାଇଁ ଏହି ପୂଜା କରାଯାଉଥିବା କୁହାଯାଏ।

ଏହି ଦିନ ସକାଳୁ ଉଠି କୁମାରୀମାନେ ସୂର୍ଯ୍ୟଙ୍କ ପୂଜା କରିବା ସହ ଦିନ ଯାକ ଉପବାସ ରହିଥାନ୍ତି। ପରେ ସନ୍ଧ୍ୟା ହେବା ପରେ ଜହ୍ନ ଉଇଁବା ପରେ ତାଙ୍କୁ ପୂଜା ଅର୍ଚ୍ଚନା କରି ଖାଦ୍ୟ ଗ୍ରହଣ କରିଥାନ୍ତି।

ପୁଚି ଖେଳି କୁମାର ପୂର୍ଣ୍ଣିମା ପାଳିଲେ ରାଜଧାନୀ କୁଆଁରୀ

ଆଉ ତାପରେ ଘରେ ହୋଇଥିବା ପିଠାପଣା ଖାଇବା ସହ ଗୀତ ଓ ଖେଳରେ ମସଗୁଲ ହୋଇଥାନ୍ତି। ପୂର୍ବ ଅପେକ୍ଷା ଏହି ପରମ୍ପରା ଧୀରେ ଧୀରେ ବିଲୁପ୍ତି ଆଡ଼କୁ ଅଗ୍ରସର ହେଉଥିଲେ ସୁଦ୍ଧା ରାଜଧାନୀର କିଛି ସ୍ଥାନରେ ଏହାକୁ ବଞ୍ଚାଇ ରଖିବାର ଦେଖିବାକୁ ମିଳିଛି।

ବିଧି ରକ୍ଷା କରି କୁମାରୀମାନେ ଚାନ୍ଦ ପୂଜା କରି ନିଜର ସୁଖ ଓ ସମୃଦ୍ଧି ମା ବୃନ୍ଦାବତୀଙ୍କ ନିକଟରେ କାମନା କରିଛନ୍ତି। ତେବେ କୋରୋନା କଟକଣା ଏହି ପ୍ରଥା ପାଳନରେ କିଛି ଅଂଶରେ ଫିକା ପକାଇଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details