ଓଡିଶା

odisha

ETV Bharat / city

ମାନ୍ଦାବସ୍ଥାରେ ‘ଧନତେରସ’ ନେଇ ଅର୍ଥନୈତିକ ବିଶେଷଜ୍ଞ ପ୍ରତିକ୍ରିୟା - ଭୁବନେଶ୍ବରର ସୁନା ଦୋକାନ

ଧନତେରସରେ ପାଗ ସାଥ ଦେବାରୁ ଟିକିଏ ଭଲ ବ୍ୟବସାୟ ହେବ ବୋଲି ଆଶା ବାନ୍ଧିଛନ୍ତି ସୁନା ଦୋକାନୀ । 150 କେଟି ଟଙ୍କାର ବେପାର ହେବା ନେଇ ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 25, 2019, 10:38 PM IST


ଭୁବନେଶ୍ବର: ଆଜି ହେଉଛି ଧନତେରସ । ବିଶ୍ଵାସ ରହିଛି ଧନତେରସରେ ସୁନା କି ରୁପା କିଣିଲେ ଘରକୁ ଲଷ୍ମୀ ଆସନ୍ତି । ହେଲେ କେହଲା ପାଗ ସହ ଉଚ୍ଚା ସୁନା ଦର ପାଇଁ ଚିନ୍ତାରେ ଥିଲେ ବେପାରୀ । ବର୍ଷା କମିଥିବା ବେଳେ ପାଗ ସାଥ ଦେବାରୁ ବେପାର ଟିକିଏ ଭଲ ହେବା ଆଶାରେ ଅଛନ୍ତି ସୁନା ବ୍ୟବସାୟୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଚଳିତ ବର୍ଷ ରାଜଧାନୀକୁ 12 କ୍ୱିଣ୍ଟ।ଲ ସୁନା ଆସିଥିବାର ସୂଚନା ମିଳିଛି । ଅନ୍ୟପକ୍ଷେ ବେପାରୀ 150 କେଟି ଟଙ୍କାର ବେପାର ହେବା ନେଇ ଲକ୍ଷ୍ୟ ରଖିଛନ୍ତି ।

ବିଭିନ୍ନ ଆକର୍ଷଣୀୟ ଅଫର ଦେଇ ଦୋକାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ଯଦିଓ ବେପାର ପୂର୍ବ ବର୍ଷ ଭଳିଆ ଏତେ ଲାଭ ଦାୟକ ହୋଇ ନାହିଁ କିନ୍ତୁ ବେପାରୀ ଆଶା ଛାଡି ନାହାନ୍ତି । ସେପଟେ ମାନ୍ଦାବସ୍ଥା ନିଶ୍ଚିତ ଭାବରେ ବ୍ୟବସାୟ ଉପରେ ଆଜି ପ୍ରଭାବ ପକାଇବ ବୋଲି ଫାଇନାଲସିଆଲ ଏକ୍ସପଟ କହୁଛନ୍ତି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details