ଭୁବେନଶ୍ବର:ଜିଲ୍ଲାରେ ସାମ୍ବାଦିକଙ୍କ ଗିରଫ ଘଟଣାରେ ଭୁବନେଶ୍ୱରରେ ବିଭିନ୍ନ ସାମ୍ବାଦିକ ଫୋରମ ପକ୍ଷରୁ ପ୍ରତିବାଦ କରାଯାଇଛି । ପ୍ରତିବାଦ ସହ ମୁକ୍ତ ଓ ଅବାଧ ସାମ୍ବାଦିକତା ପାଇଁ ଦାବି କରିଛନ୍ତି ବରିଷ୍ଠ ସାମ୍ବାଦିକ । ଏହାସହ ଗିରଫ ହୋଇଥିବା ୫ ଜଣ ସାମ୍ବାଦିକଙ୍କୁ ଖୁବଶୀଘ୍ର ମୁକ୍ତ କରାଯିବାକୁ ଦାବି କରାଯାଇଛି । ଅନେକ ସମୟରେ ପୋଲିସ ଓ ପ୍ରଶାସନ ମାଧ୍ୟମରେ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଛି ।
ଏସବୁ ଅତ୍ୟାଚାର ରୋକିବା ଦିଗରେ ମଧ୍ୟ ସରକାର ତପ୍ତରତା ଦେଖାଇବାର ଆବଶ୍ୟକତା ରହିଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ । ପୋଲିସ ଓ ପ୍ରଶାସନର ସତ ସମ୍ବାଦକୁ ଲୁଚାଇବାକୁ ସାମ୍ବାଦିକମାନଙ୍କ ଉପରେ ଆକ୍ରୋଶ ଦେଖା ଯାଉଛି । ସାମ୍ବାଦିକଙ୍କ ଖବର ସଂଗ୍ରହ ବେଳେ ପ୍ରଶାସନ ଯେଉଁ ଆତଙ୍କରାଜ ଚାଲଇଛି ତାହାକୁ ବନ୍ଦ କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତ । ଗିରଫ ହୋଇଥିବା ସାମ୍ବାଦିକ ଉପରେ ଲାଗିଥିବା ଆରୋପ ପ୍ରତ୍ୟାହାର କରାଯିବାକୁ ଦାବି ହୋଇଛି ।