ଓଡିଶା

odisha

By

Published : Jun 20, 2021, 10:23 PM IST

ETV Bharat / city

ବାସୋପଯୋଗୀ ଭୁବନେଶ୍ବର @୪, ଆରମ୍ଭ ହେଲା ଶ୍ରେୟ ରାଜନୀତି

ଭାରତର ଶ୍ରେଷ୍ଠ ୧୦ ବାସୋପଯୋଗୀ ସହର ମଧ୍ୟରେ ୪ର୍ଥ ସ୍ଥାନରେ ସ୍ମାର୍ଟସିଟି ଭୁବନେଶ୍ବର। ନାଗରିକ ଅନୁଭୂତି ସର୍ବେକ୍ଷଣରେ ସର୍ବାଧିକ ୯୪.୮ ପ୍ରତିଶତ ସ୍କୋର ପାଇବା ସହ ଜୀବନ ଧାରଣରେ ସୂଚକାଙ୍କରେ ମିଳିଛି ଏହି ସ୍ଥାନ। ଅଧିକ ପଢନ୍ତୁ...

most livable cities
ବାସଉପଯୋଗୀ ସହର ମଧ୍ୟରେ ଦେଶରେ ୪ର୍ଥ ସ୍ଥାନରେ ସ୍ମାର୍ଟସିଟି ଭୁବନେଶ୍ବର

ଭୁବନେଶ୍ବର: ବାସୋପଯୋଗୀ ଭୁବନେଶ୍ବର @4 । ଭାରତର ଶ୍ରେଷ୍ଠ ୧୦ ବାସଉପଯୋଗୀ ସହର ମଧ୍ୟରେ ୪ର୍ଥ ସ୍ଥାନରେ ସ୍ମାର୍ଟସିଟି ଭୁବନେଶ୍ବର। ନାଗରିକ ଅନୁଭୂତି ସର୍ବେକ୍ଷଣରେ ସର୍ବାଧିକ ୯୪.୮ ପ୍ରତିଶତ ସ୍କୋର ପାଇବା ସହ ଜୀବନ ଧାରଣରେ ସୂଚକାଙ୍କରେ ମିଳିଛି ଏହି ସ୍ଥାନ।

ବାସଉପଯୋଗୀ ସହର ମଧ୍ୟରେ ଦେଶରେ ୪ର୍ଥ ସ୍ଥାନରେ ସ୍ମାର୍ଟସିଟି ଭୁବନେଶ୍ବର

ଦେଶର ଶ୍ରେଷ୍ଠ ବାସ ଉପଯୋଗୀ ରାଜଧାନୀ ସୂଚୀରେ ସ୍ଥାନ ପାଇଛି ଭୁବନେଶ୍ବର। ଦେଶର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାର୍ନମେଣ୍ଟ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଦିଲ୍ଲୀ କୋଲକାତା ଭଳି ବଡ ବଡ ସହରକୁ ପଛରେ ପକାଇ ଚତୁର୍ଥ ସ୍ଥାନ ଅଧିକାର କରିଛି ଭୁବନେଶ୍ବର। ଏହି ସର୍ଭେରେ ଦକ୍ଷିଣ ଭାରତର ଅନ୍ୟତମ ବୃହତ ସହର ବେଙ୍ଗାଲୁରୁ ପ୍ରଥମ ,ଚେନ୍ନାଇ ଦ୍ବିତୀୟ ,ହିମାଚଳ ପ୍ରଦେଶ ରାଜଧାନୀ ସିମଲା ତୃତୀୟରେ ଏବଂ ଭୁବନେଶ୍ବର ଚତୁର୍ଥ ସ୍ଥାନରେ ରହିଛି।

ସର୍ଭେରେ ଜଣାପଡିଛି ଭୁବନେଶ୍ବରରେ ରହିବାକୁ ଲୋକେ ପସନ୍ଦ କରୁଛନ୍ତି। ବାସପଯୋଗୀ,ଆର୍ଥିକ ଦକ୍ଷତାକୁ ମାନଦଣ୍ଡ ଭାବେ ଦେଖାଗଲେ ଭୁବନେଶ୍ବର ରହିବାକୁ ଭଲ ହେଲେ ଲୋକଙ୍କ ଆର୍ଥିକ ଦକ୍ଷତା କମ। ପ୍ରତ୍ୟକ ବର୍ଗରେ ୧୦୦ ମାର୍କ ଥିବାବେଳେ ଭୁବନେଶ୍ବର କୁ ମିଳିଛି ୯୪.୮ ମାର୍କ।ତେବେ ଏହାକୁ ସ୍ବାଗତ କରିଛନ୍ତି ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ। ଭୁବନେଶ୍ବରକୁ ଏଭଳି ମାନ୍ୟତା ନିଶ୍ଚିତ ଭାବରେ ଭୁବନେଶ୍ବରବାସୀଙ୍କ ମନୋବଳ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି କହିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା।

ସେପଟେ ବିଜେପି ନେତା ପୃଥିବୀରାଜ ହରିଚନ୍ଦନ କହିଛନ୍ତି ପୂର୍ବରୁ ଭୁବନେଶ୍ବର ଅଭିବୃଦ୍ଧି ଦେଖିଲା ଭଳି ଥିଲା, କିନ୍ତୁ ଏବେ ଭଲ ନାହିଁ । ଇଜ ଅଫ ଲିଭିଂ ଇଂଣ୍ଟେକ୍ସରେ ଭଲ ଅଛି। କିନ୍ତୁ ସହରର ଅର୍ଥନୀତି ଓ ଅନ୍ୟାନ୍ୟ ଦୃଷ୍ଟିରୁ ଭଲ ନାହିଁ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details