ଓଡିଶା

odisha

ETV Bharat / city

ଭୁବନେଶ୍ୱରରେ କମୁନି ସଂକ୍ରମଣ, କାରଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ - କ୍ଲଷ୍ଟର ସଂକ୍ରମଣ

ରାଜଧାନୀରେ ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଦିନକୁ ଦିନ ସଂକ୍ରମଣ ହାର ବଢିବା ସହ ଗୋଟିଏ ପରିବାରରେ ଜଣେ ସଂକ୍ରମିତ ହେଉଥିବା ବେଳେ କ୍ଲଷ୍ଟର ସଂକ୍ରମଣ ଯୋଗୁଁ ପୂରା ପରିବାର ହେଉଛନ୍ତି ସଂକ୍ରମିତ । ଅଧିକ ପଢନ୍ତୁ...

ଖସୁନି ସଂକ୍ରମଣ ହାର, କ୍ଲଷ୍ଟର ସଂକ୍ରମଣ ଥିବା ନେଇ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ
ଖସୁନି ସଂକ୍ରମଣ ହାର, କ୍ଲଷ୍ଟର ସଂକ୍ରମଣ ଥିବା ନେଇ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

By

Published : Aug 8, 2021, 7:50 PM IST

ଭୁବନେଶ୍ବର:ରାଜଧାନୀରେ କମୁନି ସଂକ୍ରମଣ, ଏଠାରେ ଅଧିକ କ୍ଲଷ୍ଟର ସଂକ୍ରମଣ ରହୁଥିବା ନେଇ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଭୁବନେଶ୍ବରରେ ସଂକ୍ରମଣ ବଢୁଥିବା ନେଇ ସେ କହିଛନ୍ତି ଯେ ସହରରେ କ୍ଲଷ୍ଟର ସଂକ୍ରମଣ ଅଧିକ ରହୁଥିବା ବେଳେ ଏହାର R ଭାଲ୍ୟୁ 1. 24 ଉପରେ ରହୁଛି । ଏହାଛଡା ଦୈନିକ ଭାବରେ ଗ୍ରାମାଞ୍ଚଳ, ସହର ଏବଂ ରାଜ୍ୟ ବାହାରୁ ସହର ମଧ୍ୟକୁ ଅନେକ ଲୋକ ଆସୁଛନ୍ତି ।

ଖସୁନି ସଂକ୍ରମଣ ହାର, କ୍ଲଷ୍ଟର ସଂକ୍ରମଣ ଥିବା ନେଇ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ତେବେ କିଛି ଲୋକ ନିଯୁକ୍ତି ପାଇଁ ଆସୁଥିବା ବେଳେ ଆଉ କିଛି ଲୋକ ବେପାର, ବାଣିଜ୍ୟ ପାଇଁ ଆସୁଛନ୍ତି ଏବଂ ଆଉ କିଛି ଚିକିତ୍ସା ହେବା ଲାଗି ରାଜଧାନୀକୁ ଆସୁଛନ୍ତି । ଏଣୁ ସଂକ୍ରମଣ ଅଧିକ ରହୁଛି । କ୍ଲଷ୍ଟର ସଂକ୍ରମଣ ଯୋଗୁଁ ପରିବାରରେ ଜଣେ ସଂକ୍ରମଣ ହେଲେ ପୁରା ପରିବାର ଆକ୍ରାନ୍ତ ହେଉଛନ୍ତି ।

ତେଣୁ ଭୁବନେଶ୍ବରରେ ଯେଉଁ ଘରୁ ଜଣେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେ ଘରକୁ ସମ୍ପୂର୍ଣ୍ଣ ଭାବରେ କ୍ଵାରେଣ୍ଟାଇନରେ ରଖାଯିବା ନିତାନ୍ତ ଆବଶ୍ୟକ । ନଚେତ୍ ମାଇକ୍ରୋ କଣ୍ଟେନମେଣ୍ଟ ଜୋନକୁ କଡ଼ାକଡ଼ି ଭାବରେ ପାଳନ ହେଲେ ସଂକ୍ରମଣ କମ୍ ରହିବ ।

ଏଥିସହ ରାଜ୍ୟରେ ଖୁବ ଶୀଘ୍ର ସଂକ୍ରମଣ ତଳମୁହାଁ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଏବେ ସୁଦ୍ଧା ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 101797 । ସେଥିମଧ୍ୟରୁ ସୁସ୍ଥ ହେଲେଣି ୯୮୦୭୪ ଏବଂ ମୃତ୍ୟୁ ସଂଖ୍ୟା 896ରେ ପହଞ୍ଚିଥିବା ବେଳେ 2806ଟି ଆକ୍ଟିଭ କେସ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details