ଓଡିଶା

odisha

ETV Bharat / city

କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଏମ୍ସର ଅଣଦେଖା, ଜୀବନ ମାଗୁଛି ତୁଳସୀ !

କେନ୍ଦ୍ର ମନ୍ତ୍ରୀଙ୍କ ଅଭୟବାଣୀ ପରେ ଲାଗିଲା ବଦଳିବ ତୁଳସୀ ଜୀବନ । କିନ୍ତୁ ସେମିତି କିଛି ହେଲା ନାହିଁ । ଭାଙ୍ଗିଗଲା ସବୁ ସ୍ବପ୍ନ । ପୁଣି ଜୀବନ ସହ ସଂଗ୍ରାମ କରୁଛି କଅଁଳକଢୀ ।

କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର, ଜୀବନ ମାଗୁଛି ତୁଳସୀ !

By

Published : Nov 14, 2019, 12:07 AM IST

Updated : Nov 14, 2019, 6:52 PM IST

ଭୁବନେଶ୍ବର: ପୁଣି ଘର ଅଗଣାରେ ଖେଳିବ ତୁଳସୀ । ଅନ୍ୟ ପିଲାଙ୍କ ପରି ଜୀବନଯାପନ କରିବ କୁନି ଝିଅଟି । କେନ୍ଦ୍ର ମନ୍ତ୍ରୀଙ୍କ ଅଭୟ ବାଣି ପରେ ଲାଗିଲା ବଦଳିବ ତୁଳସୀ ଜୀବନ । କିନ୍ତୁ ସେମିତି କିଛି ହେଲା ନାହିଁ । ଭାଙ୍ଗିଗଲା ସବୁ ସ୍ବପ୍ନ । ପୁଣି ଜୀବନ ସହ ସଂଗ୍ରାମ କରୁଛି କଅଁଳକଢୀ ।

କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଏମ୍ସର ଅଣଦେଖା, ଜୀବନ ମାଗୁଛି ତୁଳସୀ !

ରାଜଧାନୀର ଆଦର୍ଶ ବସ୍ତିରେ ରହୁଛି ଦୁଇ ବର୍ଷ ଦୁଇ ମାସର ଶିଶୁକନ୍ୟା ତୁଳସୀ । ଜୀବନ କଣ ବୁଝିବା ପୂର୍ବରୁ ଜୀବନ ସହ କରୁଛି ସଂଘର୍ଷ । ଗୁରୁଣ୍ଡି ପାରୁନାହିଁ । ଗୋଟିଏ ସ୍ଥାନରେ ପଡିରହୁଛି । ଆଉ ନାକ ସାହାଯ୍ୟରେ ଖାଦ୍ୟ ଗ୍ରହଣ କରୁଛି । କୁନିଝିଅର ଏପରି ଅବସ୍ଥା ଦେଖି ଦୁଖଃରେ ଭାଙ୍ଗି ପଡିଛି ପରିବାର । ତୁଳସୀର ବାପା ଦିନ ମଜୁରିଆ ହୋଇଥିବାରୁ ତାର ଚିକିତ୍ସା ଖର୍ଚ୍ଚ ବହନ କରିବାରେ ଅକ୍ଷମ । ଅନ୍ୟପଟେ ଏହି ଖବର ପ୍ରସାରଣ ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସହାୟତାର ହାତ ବଢ଼ାଇଥିଲେ । ତୁଳସୀର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଭୁବନେଶ୍ବର ଏମ୍ସରେ ମଧ୍ୟ ତା'ର ଚିକିତ୍ସା ଆରମ୍ଭ ହେଲା । କିନ୍ତୁ ତୁଳସୀର ରୋଗ ବିରଳ ହେବା ସହ ଏଠାରେ ଚିକିତ୍ସା ଅସମ୍ଭବ କହି ଏକମାସ ରଖିବା ପରେ ବିଦା କରିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏନେଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେବାକୁ ମନା କରି ଦେଇଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କିପରି ଅଣଦେଖା କଲେ ଏମ୍ସ କର୍ତ୍ତୃପକ୍ଷ ? ପୁଣି ଘର ଅଗଣାରେ ଖେଳି ପାରିବ ତ ତୁଳସୀ ? ଚିକିତ୍ସା ଆରମ୍ଭ ହୋଇ ପୁଣି ଅଧାରେ ଅଟକିବା ପରେ ଉଠିଛି ଏହି ପ୍ରଶ୍ନ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Nov 14, 2019, 6:52 PM IST

ABOUT THE AUTHOR

...view details