ଓଡିଶା

odisha

By

Published : Oct 9, 2019, 8:10 PM IST

ETV Bharat / city

ଆରମ୍ଭ ହେଲା ଭସାଣି, ଉଠୁଛି ପଡୁଛି ରାଜଧାନୀ

ବିଦାୟ ନେଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ବଡ ଜାକଜକମରେ ମା’ଙ୍କୁ ମେଲାଣି ଦେଉଛନ୍ତି ରାଜଧାନୀବାସୀ । ଏଥିପାଇଁ ଭୁବନେଶ୍ବର ଭସାଣି ଉତ୍ସବ ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଦାୟ ନେଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଭାବବିହ୍ବଳ ସହ ଖୁସି ମନରେ ମା’ଙ୍କୁ ମେଲାଣି ଦେଉଛନ୍ତି ରାଜଧାନୀବାସୀ । ଗୋଟିଏ ପରେ ଗୋଟିଏ ପୂଜାମଣ୍ଡପରୁ ବାଜା, ରୋଷଣୀ ସହ ନଦୀପଠା ଆଡକୁ ଯାଉଛନ୍ତି ମା’ । ଏଥିପାଇଁ ଭୁବନେଶ୍ବର ଭସାଣି ଉତ୍ସବ ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ରୂପାଲି ସ୍କୋୟାର ସହିଦନଗର ଦୁର୍ଗାପୂଜା ମଣ୍ଡପ ସାମ୍ନାରେ ସମସ୍ତେ ଏକତ୍ରିତ ହୋଇ ରୋଷଣୀ ଆରମ୍ଭ କରିଛନ୍ତି । ବାଜା-ବାଦ୍ୟରେ କମ୍ପୁଛି ପରିବେଶ । ଭଳିକି ଭଳି ଆଲୋକମାଳାରେ ଜଳୁଛି ରାସ୍ତାଘାଟ ।

ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାସ୍ତାର 2 କଡରେ ପୋଲିସ ମୁତୟନ କରାଯାଇଛି ।

ଏହି ଶୋଭାଯାତ୍ରା ବାଣି ବିହାରରୁ ରାଜମହଲ ପର୍ଯନ୍ତ ଜାରି ରହିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details