ଭୁବନେଶ୍ବର: ଦୁର୍ଗତି ନାସିନୀଙ୍କୁ ବିଦାୟ ପରେ ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ । ଏ ନେଇ ପୁଣି ଥରେ ଚଳଚଞ୍ଚଳ ରାଜଧାନୀ । ସ୍ଥାନେସ୍ଥାନେ ମା’ଙ୍କ ପୂଜା ଅର୍ଚ୍ଚନା ପାଇଁ ଚାଲିଛି ପ୍ରସ୍ତୁତି।
ରାଜସ୍ଥାନ ମନ୍ଦିରରେ ପୂଜା ପାଇବେ ଗଜଲକ୍ଷ୍ମୀ, ପିନ୍ଧିବେ ରୂପା ମୁକୁଟ - ରୂପା ମୁକୁଟ ପିନ୍ଧିବେ ମାଁ ଗଜଲକ୍ଷ୍ମୀ
ରାତି ପାହିଲେ ଗଜଲକ୍ଷ୍ମୀ ପୂଜା । ଏନେଇ ଚଳଚଞ୍ଚଳ ନୟାପଲ୍ଲୀ ଗଜଲକ୍ଷ୍ମୀ ପୂଜା ପେଣ୍ଡାଲ । ଏଥର ମା’ 2 କେଜି ଓଜନର ରୂପା ମୁକୁଟ ପିନ୍ଧିବେ । ରାଜସ୍ଥାନର ଏକ ମନ୍ଦିର ଶୈଳୀରେ ନିର୍ମିତ ତୋରଣ ମୁଖ୍ୟ ଆକର୍ଷଣ ରହିବ ।
ଫଟୋ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର
ନୟାପଲ୍ଲୀ ଗଜଲକ୍ଷ୍ମୀ ପୂଜା ପେଣ୍ଡାଲରେ ତୋରଣ ଓ ସାଜସଜ୍ଜା କାମ ଶେଷ ହୋଇଛି । ଚଳିତ ବର୍ଷ କମିଟି ପକ୍ଷରୁ 14ତମ ଗଜଲଷ୍ମୀ ପୂଜା ପାଳନ କରୁଥିବା ବେଳେ ମା’ ଙ୍କ ପାଇଁ ରୂପା ମୁକୁଟ ଓ ଅଳଙ୍କାର ତିଆରି କରାଯାଇଛି। ମୁକୁଟର ଓଜନ 2 କେଜି ରହିଛି । ଏପଟେ ତୋରଣରେ ମୁଖ୍ୟ ଆକର୍ଷଣ ରହିବ ରାଜସ୍ଥାନର ଏକ ମନ୍ଦିର। ଯାହାକୁ ତିଆରି ପାଇଁ ପ୍ରାୟ 3 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।
ଶତରୂପା ସାମନ୍ତରାୟ, ଇଟିଭି ଭାରତ