ଓଡିଶା

odisha

ETV Bharat / city

ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ - ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶ ସଭାପତିତ୍ବ କରିଛନ୍ତି । ଅଧିକ ପଢନ୍ତୁ

bhubaneswar district congress executive meeting
ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ

By

Published : Nov 22, 2021, 7:03 AM IST

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତ୍ୱିତ କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶ ସାମ୍ପ୍ରତିକ ପରିସ୍ଥିତିରେ ସାଧାରଣ ଜନତାଙ୍କର ସାମ୍ବିଧାନିକ ଅଧିକାର ଓ ମୌଳିକ ସୁଖ ସୁବିଧା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସର୍ବଦା ଚେଷ୍ଟିତ । ଏହା ସହ ଆଗାମୀ ଦିନରେ ଲଢ଼େଇ ଜୋରଦାର କରିବାର ଲକ୍ଷ୍ୟ ନେଇ ଆଗେଇବାକୁ ଦୃଢ଼ ପରିକର ବୋଲି ମତ ପୋଷଣ କରିଛନ୍ତି । ଏହା ସଙ୍ଗେ ସଙ୍ଗେ ଜନାଭିମୁଖୀ ୬ ଟି ପ୍ରସ୍ତାବ ଉପରେ ନିଜର ଅଙ୍ଗିକାରବଦ୍ଧ ଘୋଷଣା କରିଛନ୍ତି । ଏହି ପରିବଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଅଖିଳ ଭାରତ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ, ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ କଂଗ୍ରେସର ଉପସଭାପତି ଶିବାନନ୍ଦ ରାୟ ଉପସ୍ଥିତ ଥିଲେ।

ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ
ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ଜିଲ୍ଲାର ଦିବଂଗତ ନେତୃବୁନ୍ଦଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଉପସଭାପତି ଆଶିଷ ମଲ୍ଲିକ ୧ ମିନିଟ ନୀରବ ପ୍ରାର୍ଥନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଭୁବନେଶ୍ୱର ଜିଲ୍ଲା ୬ଟି ପ୍ରସ୍ତାବକୁ ଜିଲ୍ଲାର ନୂତନ କର୍ମକର୍ତାଙ୍କ ଜ୍ଞାତସାରରେ ପାରିତ କରାଯାଇଥିଲା । ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ ଜିଲ୍ଲା ମୁଖପାତ୍ର ସଂଜୀବ ମହାନ୍ତି ଉପସ୍ଥାପନ କରିଥିବା ବେଳେ ବ୍ଲକ ସଭାପତି ମିହିର ଆଚାର୍ଯ୍ୟ ସମର୍ଥନ କରିଥିଲେ । ଏହି ୬ଟି ପ୍ରସ୍ତାବ ଉପରେ ନୂତନ କର୍ମକର୍ତା ତଥା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟମାନେ ଆଲୋଚନା କରିଥିଲେ ଏବଂ ସର୍ବସମ୍ମତିକ୍ରମେ ଆସନ୍ତା ଦିନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସହରବାସୀଙ୍କ ସ୍ୱାର୍ଥକୁ ରକ୍ଷା କରିବାପାଇଁ ପ୍ରତ୍ୟେକ ସ୍ତରରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ପ୍ରତ୍ୟେକ ୱାର୍ଡକୁ ପଦଯାତ୍ରା ଏବଂ ଗୃହକୁ ଗୃହ କଂଗ୍ରେସ ସଂପର୍କ ଯାତ୍ରାକରି ଲୋକଙ୍କ ସମସ୍ୟାର ସମାଧାନ କରିବାପାଇଁ ସତଚେଷ୍ଟା କରାଯିବ । ଡ. ଏ ଚେଲା କୁମାର ଆସନ୍ତା ମ୍ୟୁନିସପାଲ ନିର୍ବାଚନରେ କଂଗ୍ରେସ କିଭଳି ବିଜୟ ହାସଲ କରିବ ତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିପାଇଁ ଗୋଟିଏ ମିନିଟ୍ ଆଉ ନଷ୍ଟ ନକରି ପ୍ରତ୍ୟେକ କଂଗ୍ରେସ କର୍ମୀ ନିଜ ୱାର୍ଡରେ ଜନସଂପର୍କ ଯାତ୍ରା କରିବା ସହିତ ଘରକୁ ଘର ବୁଲି କଂଗ୍ରେସର ନୀତି ଓ ଆଦର୍ଶକୁ ପ୍ରଚାର କରିବା ସହତ ନିଜ ୱାର୍ଡରେ କଂଗ୍ରେସକୁ ଶକ୍ତ କରିବାର ଦାୟୀତ୍ୱ ନେବାକୁ ପଡ଼ିବ । କୌଣସି ବିଶୃଙ୍ଖଳାକୁ ଗୋଟିଏ ମିନିଟ ପାଇଁ ବରଖାସ୍ତ କରାଯିବ ନାହିଁ । ୬୭ ଟି ୱାର୍ଡର ପଂପୂର୍ଣ୍ଣ ଖସଡ଼ା ପ୍ରସ୍ତୁତି କରିବା ସହିତ କିଭଳି ଲୋକଙ୍କ ସମସ୍ୟା ସହିତ ଏବଂ ଲୋକଙ୍କ ପାଇଁ ଲଢ଼ାଯିବ ତା ଉପରେ ଗୁରୁତ୍ୱରୋପ କରିଥିଲେ । ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଅଶୋକ ଦାସ ୨ ନମ୍ବର ବ୍ଲକ ସଭାପତି ଧନ୍ୟବାଦ ଅର୍ପଣକରିବା ସହିତ ବିଗତ ଦିନରେ ଜିଲ୍ଲା କଂଗ୍ରେସ ଯେଉଁସବୁ କାର୍ଯ୍ୟକ୍ରମ କରିଥିଲେ ତାହାର ଏକ ବିସ୍ତୃତ ବିବରଣୀ ପାଠ କରିଥିଲେ । ଭୁବନେଶ୍ୱରରେ ଥିବା ୮୦ ଜଣରୁ ଅଧିକ ରାଜ୍ୟ କଂଗ୍ରେସର ନେତା ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଜିଲ୍ଲାର ସମସ୍ତ ନେତୃବୃନ୍ଦଙ୍କ ସହ ମିଶି କିଭଳି ଭୁବନେଶ୍ୱର ଜିଲ୍ଳାର କଂଗ୍ରେସକୁ ସୁଦୃଢ଼ କରିବା ସହିତ ଆସନ୍ତା ନିର୍ବାଚନରେ କିଭଳି ତିନୋଟି ଆସନ ଜିତାଯିବ ସେ ନେଇ ଆଲୋଚନା ହୋଇଥିଲା ।

ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ସର୍ବଭାରତୀୟ ଜାତୀୟ କଂଗ୍ରେସର ନିର୍ଦ୍ଦେଶକ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରାଯାଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ଉପସଭାପତି ଶିବାନନ୍ଦ ରାୟ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରି କହିଥିଲେ ଏହି କଳା ତିନି କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହୃତ କରିନେବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details